ହେଡଲାଇନସ୍:

ଋାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ(ଶାସକ ପ୍ରଶାସକ) - ବରଗଡ ଜିଲ୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଠାରେ ଋାଜନୀତି ବିଜ୍ଞାନ ବିଭାଗର ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ। ଆୟୋଜିତ ହୋଇଥିଲା । ବିଭାଗୀୟ ମୁଖ୍ୟ ପ୍ର।ଧ୍ୟାପକ ଅର୍ଜୁନ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ସଭାକାର୍ୟ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନ। ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼. ଜୟକେତନ ତ୍ରିପାଠୀ ଯୋଗ ଦେଇ ସମାଜ ଗଠନରେ ଛାତ୍ରର ଭୂମିକା ଓ ଜଣେ ଭଳ ମଣିଷ ଭାବରେ ନିଜର ପରିଚୟ ରଖିବା ଉପରେ ଆଲୋକପାତ କରିଥିଲେ । ଅତିଥି ଭାବରେ ଖେଳ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ଓ ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖିଥିଲେ । ଅଧ୍ୟାପକ କିଶୋର କୁମ୍ଭାର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଭାଗୀୟ ଅଧ୍ୟାପକ ହେମାଳ ସା ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ବିଚାରକ ଭାବେ ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର ଓ ହେମନ୍ତ କୁମାର ପଣ୍ଡା ଯୋଗଦାନ କରି ପ୍ରତିଯୋଗୀ ମାନଙ୍କ ଯୋଗ୍ୟତା ବିଚାର କରିଥିଲେ । ସୁପ୍ରିୟା ଦୀପ ଓ ଲକ୍ଷ୍ମଣ ସାହୁ ଶ୍ରେଷ୍ଠ କଳାକାର ଭାବରେ ପୁରସ୍କୃତ ହୋଇଥିଲେ । “ଫ୍ରେଶର ଅଫ ଦି ଇୟର” ଭାବରେ ପ୍ରଥମ ବର୍ଷର ଛାତ୍ରୀ ମମତା ସାହୁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ।

0
0
0
s2sdefault