ହେଡଲାଇନସ୍:

କଣ୍ଠ ଶିଳ୍ପୀ କୁନା ହଳଧର ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଲାଇଫ୍ ଇଜ୍ ବିୟୁଟିଫୁଲ" ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଜଣାଶୁଣା କଣ୍ଠ ଶିଳ୍ପୀ କୁନା ହଳଧର ଜାତୀୟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ସଂସ୍ଥାର ମୁଖ୍ୟ ଶ୍ରୀ ସୋମନାଥ ବେହେରା ଉକ୍ତ ମହୋତ୍ସବରେ କୁନା ହଳଧରଙ୍କୁ ଭବ୍ୟ ସମ୍ମାନ ପ୍ରଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଗଜପତି, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶିଷ୍ଟ କଳାକାର ଶ୍ରୀ ସୋମନାଥ ବେହେରା , ମୁଖ୍ୟ ବକ୍ତା ଭାବେ ଡକ୍ଟର ଚନ୍ଦ୍ର ଶେଖର ଦାସ , ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶ୍ରୀ ଅର୍ଜୁନ ଜେନା ମଞ୍ଚାସୀନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ତନୁଜା ଶତପଥୀ ଯୋଗ ଦେଇ ପାରଳାଖେମୁଣ୍ଡିର ଐତିହ୍ୟ ସମ୍ପର୍କରେ କହିଥିଲେ । ପ୍ରଗତି ମହିଳା ସଂଗଠନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା।

0
0
0
s2sdefault