ମାହାଙ୍ଗା ବ୍ଲକ୍ ବିଜେଡି ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) କେନ୍ଦ୍ର ବିଜେପି ସରକାର ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ସବୁଠି ସମାଲୋଚିତ ହେଉଥିବା ବେଳେ, ରାଜ୍ୟବ୍ୟାପୀ ବିଜେପି ବିରୁଦ୍ଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି | ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଁପାଳ ବ୍ଲକ ସାମ୍ନାରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ମହିଳା, ଛାତ୍ର, ଏବଂ ଯୁବ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି |
ମହିଳା ବିଜେଡି ରାସ୍ତା ଉପରେ ଚୁଲି ଜାଳି ରୋଷେଇ କରିବା ସହ ମୋଦି ବିରୋଧି ସ୍ଲୋଗାନ ଦେବା ଦେଖିବାକୁ ମିଳିଥିଲା |
ଶାସନକୁ ଆସିବା ପରଠୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି | ସାଢେ ୩ ବର୍ଷ ଭିତରେ ଗ୍ୟାସ ଦର ସତୁରି ପ୍ରତିସଦ ବୃଦ୍ଧିପାଇଛି| ଉଜ୍ଜଳା ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି | ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ଅନୁଯାୟୀ 98 ପ୍ରତିଶତ ନୁହେଁ ମାତ୍ର 20 ପ୍ରତିଶତ ହିତାଧିକାରୀ ସିଲିଣ୍ଡର ବ୍ୟବହାର କରିବା ବିଜେଡି କହିଛି | ସହର ଠାରୁ ଗ୍ରାମୀଣ ଜନତାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସିଲିଣ୍ଡର ଦାମ ୯ ଶହ ଟଙ୍କାରୁ ଉର୍ଦ୍ଧ୍ୱ କାହିଁକି ଦେବାକୁ ପଡିଲା ତାହାର ଜବାବ ମାଗିଛି ବିଜେଡି | ପଟାମୁଣ୍ଡାଇ କେନାଲ ବନ୍ଧ ତାରିଣୀ ମନ୍ଦିର ଠାରୁ ବ୍ଲକ ବିଜେଡିର ପ୍ରତିବାଦ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକଙ୍କ ଜରୀଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା |
ଏହି ଆନ୍ଦୋଳନର ନେତୃତ୍ୱ ବ୍ଲକ ଚେୟାରମାନ ଶରତ ନାୟକ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଛାତ୍ର ବିଜେଡି ସଭାପତି ତ୍ରିନାଥ ଜେନା, ମହିଳା ବିଜେଡି ସଭାପତି ସସ୍ମିତା ଦାସ , ଉପସଭାପତି ସୁସ୍ମିତା ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନର୍ମଦା ନାୟକ, ମହିଳା ବିଜେଡି ସାଧାରଣ ସଂପାଦକ ସୁପ୍ରଭା ସାମଲ,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ,ପୂର୍ବତନ ସରପଞ୍ଚ ସୁବାଷ ବେହେରା,ଜୋନ ସଭାପତି ଦୀନବନ୍ଧୁ ସାହୁ, କିଶୋର ରାଉତ, ରିଆଯୁଲ ହୋଦା, ଚିନ୍ମୟୀ ସିଂ,ଜୋନ ସଭାପତି ନିରଞ୍ଜନ ବିଶ୍ୱାଳଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସରପଞ୍ଚ ଭବାନୀ ସାମଲ, ମୃତ୍ୟୁଞ୍ଜୟ ବରାଳ, ଆରତୀ ନାୟକ, ଜିତାନସୁ ପରିଡା, ଗୀତାରାଣୀ ଦାସ,ପ୍ରମୁଖ ବହୁ ବିଜେଡି ନେତା ମାନଙ୍କୁ ଦେଖିବାକୁ ମିଳିଥିଲା |