ନୂଆପଡା/ ଯଶୋବନ୍ତ କୁମାର : ଚାକିରୀ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖାପଚରେ ପଡିଛନ୍ତି ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର, ଆଇସିଡିଏସ ସୁପରଭାଇଜର, ହରସମଣୀ ଦେ | ଜଣେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ଭଉଣୀଙ୍କୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦେବା ପାଇଁ ୮୦୦୦୦ ଟଙ୍କା ନେଉଥବା ବେଳେ ସିନାପାଲି ବସ୍ ଷ୍ଟାଣ୍ଡରେ ତାଙ୍କୁ ରଙ୍ଗେହାତ ଧରିଛି ଭିଜିଲାନ୍ସର ଟିମ |
ହରସମଣୀ ପୂର୍ବରୁ କୁଆଡେ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦେବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ | ହେଲେ ମୂଲଚାଲ ପରେ ତାହା ୮୦୦୦୦ ଟଙ୍କାରେ ଛିଣ୍ଡିଥିଲା | ଆହୁରି ମଧ୍ୟ ସିନାପାଲି ବସ୍ ଷ୍ଟାଣ୍ଡରେ ସାକ୍ଷାତ କରିବାକୁ ଏବଂ ଲାଞ୍ଚ ଟଙ୍କା ହସ୍ତାନ୍ତର କରିବାକୁ ହରସମଣୀ କହିଥିଲେ | ଧାର୍ଯ୍ୟ ସ୍ଥାନ ଓ ଧାର୍ଯ୍ୟ ସମୟରେ ଧାର୍ଯ୍ୟ ପରିମାଣ ଲଂଚ ନେଉଥିବା ବେଳେ ଧାର୍ଯ୍ୟ ଯୋଜନା ଅନୁଯାୟୀ ଭିଜିଲାନ୍ସ ଘଟଣାସ୍ଥଳରେ ପହଂଚି ହରସମଣୀଙ୍କ ଠାରୁ ସେ ତାଙ୍କ ଜବତ କରି ତାଙ୍କୁ ଗିରଫ କରିଥିଲା
ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ P.S କେସ୍ ନମ୍ବର 25/2021 ରେଜିଷ୍ଟ୍ରେସନ୍ ହୋଇ ତଦନ୍ତ ଚାଲିଛି |
ନୁଆପଡା ଜିଲ୍ଲାର 3 ଟି ସ୍ଥାନରେ ହରସମଣୀଙ୍କ ସମ୍ପର୍କିତ ଏକକାଳୀନ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି |
ରାଜ୍ୟ
ଭିଜିଲାନ୍ସ ଖାପଚରେ ହରସମଣୀ : ଲାଞ୍ଚ ନେଉଥିଲେ ୮୦୦୦୦ ଗଣି
- Hits: 445