ହେଡଲାଇନସ୍:

କନ୍ଧମାଳ : ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନର ଶୁଭାରମ୍ଭ ପ୍ରସ୍ତୁତିର ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ପରିତ୍ୟାଗକରି ବିଜେଡିରେ ଯୋଗଦେଲେ ଆଇନଜୀବୀ,ଯୁବ ,ଛାତ୍ର କର୍ମୀ

ଫୁଲବାଣୀ (ଶାସକ ପ୍ରଶାସକ) : ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନର ଶୁଭାରମ୍ଭ କରିବେ | ଏହି ଅବସରରେ ଜିଲ୍ଲାପର୍ଯ୍ୟବେକ୍ଷକ ତଥା ପଂଚାୟତିରାଜ ,ପାନୀୟଜଳ, ଆଇନ ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗସ୍ତକରି ସ୍ଥିତି ସମୀକ୍ଷା କରିବା ସହିତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତ ଏବଂ ଜିଲ୍ଲା ନେତୃମଣ୍ଡଳୀ ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତନେଇ ପ୍ରସ୍ତୁତି ବୈଠକ ରେ ଯୋଗ ଦେଇଛନ୍ତି।
ଏହି ଅବସରରେ କନ୍ଧମାଳ ଜିଲ୍ଲାର ବହୁ ଆଇନଜୀବୀ,ଯୁବ ,ଛାତ୍ର କର୍ମୀମାନେ ଆଜି ଫୁଲବାଣୀ ଗାନ୍ଧିସ୍ମୃତି ଭବନରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ବିଜେପି ଦଳ ପରିତ୍ୟାଗକରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ |

0
0
0
s2sdefault