ହେଡଲାଇନସ୍:

ଚିନ୍ଦାଗୁଡା ଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାହାସ ଲୀଳା ସହ କଂସ ବଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ଅବସରରେ ନୂଆପଡା ଜିଲ୍ଲାର ସାହିତ୍ୟ ସଂସ୍କୃତି ସମ୍ପନ୍ନ ଚିନ୍ଦାଗୁଡା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ରାହାସ ଲୀଳା ସହ କଂସ ବଦ୍ଧ ହର୍ଷ ଉଲ୍ଲାସ ର ସହ ଉଦଯାପିତ ହୋଇଯାଇଛି । ପ୍ରତି ବର୍ଷ ପବିତ୍ର କାର୍ତ୍ତିକ ମାସ ରେ ଚିନ୍ଦାଗୁଡା ଗ୍ରାମ ଠାରେ ଦୀର୍ଘ ଏକ ମାସ ଧରି ପୁରାଣ ପାଠୋତ୍ସବ ସହ ରାତ୍ରୀ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଭିନ୍ନ ପ୍ରକାର ଲୀଳା ର ଆୟୋଜନ ହୋଇଥାଏ । ଏଥିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ଲୀଳା ଠାରୁ ନେଇ ବାତ୍ସଲ୍ୟ ଲୀଳା, ଦଧି ମନ୍ଥନ, ଗୋଷ୍ଠ ,କାଳିଆ ଦଲନ, ବସ୍ତ୍ର ହରଣ ଲୀଳା ଭଳି ୧୦ ରୁ ୧୫ ଗୋଟି ଲୀଳା ପ୍ରଦର୍ଶିତ ହୋଇଥାଏ । ପ୍ରଭୁ ଶ୍ରୀକୃଷ୍ଣ ଙ୍କ ୪୮ ଗୋଟି ଲୀଳା ଥିଲେ ହେଁ ସମୟ ଓ ଆର୍ଥିକ ସମସ୍ୟା ଯୋଗୁଁ କିଛି ଲୀଳା କୁ ପାଳନ କରାଯାଉଛି , ଜିଲ୍ଲା ତଥା ରାଜ୍ୟ ସଂସ୍କୃତି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଲେ ଏହି ଲୀଳାକୁ ଆହୁରି ଚିତାକର୍ଷକ ଭାବରେ ପରିବେଷଣ କରି ହୁଅନ୍ତା ବୋଲି ସ୍ଥାନୀୟ କଳାକାର ମାନେ ପ୍ରକାଶ କରିଛନ୍ତି । ଦୀର୍ଘ ୧୫ ଦିନ ଶ୍ରୀକୃଷ୍ଣ ଙ୍କ ବିଭିନ୍ନ ଲୀଳା ପ୍ରଦର୍ଶିତ ହେବା ପରେ କାର୍ତ୍ତିକ ପୂର୍ଣ୍ଣିମା ତିଥି ରେ ଏହାର ସମାପନ ହୋଇଥାଏ । ପୂର୍ଣ୍ଣିମା ତିଥି ର ପର ଦିନ ପ୍ରଭୂ ଶ୍ରୀକୃଷ୍ଣ ଙ୍କ ସହ ବଳରାମ, ଦାମ, ସିଦାମ, ମଧୁ ମଙ୍ଗଳ ଙ୍କ ମାତା ଯଶୋଦା ଦାସୀ ମାନଙ୍କ ସହ କଂସ ମହାରାଜ ହଜାର ହଜାର ଲୋକଙ୍କ ସହ ଗାଁ ପରିକ୍ରମା କରିଥାନ୍ତି । ପରେ ଗାଁ ମୁଣ୍ଡ ରେ କଂସ ଲୀଳା ପରିବେଷିତ ହୋଇ କଂସ ବଦ୍ଧ ହୋଇଥିଲା । ଏହି କଂସ ବଦ୍ଧ ଲୀଳା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକ ଙ୍କ ସହ ଆଖ ପାଖ ଅଞ୍ଚଳର ହଜାର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା କାର୍ଯ୍ୟକ୍ରମ ରେ ଗାୟକ ଭାବେ ଅନତରାମ ମାଝୀ, ଗାୟକ ଭାବରେ ଚମ୍ପେଶ୍ୱର ମାଝଯୋଗଦେଇଥିବା ବେଳେ କଳାକାର ମାନଙ୍କ ମଧ୍ୟରେ ସୁନିଲ ମାଝୀ, ବିର ବିଶି, ପଦୁ ଚରଣ ହଂସ, ବଣ୍ଟି ମାଝୀ ଙ୍କ ସମେତ କୃଷ୍ଣ , ବଳରାମ, ଦାମ, ସୁଦାମ, ମଧୁ ମଙ୍ଗଳ ଅଭିନୟ ରେ କୁନି କୁନି କଳାକାର ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଚିଣ୍ଡାଗୁଡା କୃଷ୍ଣ ଲୀଳା କମିଟିର ବଶିଷ୍ଠ ପ୍ରଧାନୀ, କୁରେଶ୍ଵର ପ୍ରଧାନୀ, ଯତୀନ୍ଦ୍ର ବିଶି, ମହେଶ୍ୱର ବାରିକ, ସନ୍ତୋଷ କୁମାର ବିସି, ସୁନୀଲ କୁମାର ମାଝୀ, ଭୁବନେଶ୍ୱର ବିଶି, ପୁରନ୍ଦର ପ୍ରଧାନୀ, ଦୁଃଶାସନ ବିଶି ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault