ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନୈତିକତା ପାଠ ପରେ ପ୍ରଣବଙ୍କ ସିରିଜ ଟୁଇଟ ଆକ୍ରମଣ
ପରୋକ୍ଷରେ ଶୁଣେଇ ଦେଲେ "କହି ହେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ"
ଭୁବନେଶ୍ୱର (ଶାସକ ପ୍ରଶାସକ) : ମମିତା ପ୍ରସଙ୍ଗରେ ଗୋଟେ ଟୁଇଟ କରି ବହୁଦିନ ଧରି ଚୁପ ରହିବ ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲି ଉଭୟ ରାଜ୍ୟ ସରକାର ଓ ନବୀନଙ୍କୁ ମାରିଛନ୍ତି ନୈତିକତାର ବାଣ | ପୁରୁଣା ଦିନର ଆଇନା ଦେଖାଇ ନୀତି ନୈତିକତା ଶୁନ୍ୟ ଓ ସମବେଦନା ଶୁନ୍ୟ ବୋଲି ସମାଲୋଚନା କରିବା ପରେ ଧର୍ମେନ୍ଦ୍ରଙ୍କ ନୈତିକତା ବାଣକୁ ତାଙ୍କରି କଥାରେ ଛନ୍ଦି ଫୁସୁକେଇବା ସହ ପଲଟବାର କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ଧର୍ମେନ୍ଦ୍ରଙ୍କ ଅଭିଯୋଗର କଡା ଜବାବ ଦେଇ ପରୋକ୍ଷରେ କହିଛନ୍ତି "କହି ହେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ"
ମୁକୁଙ୍କୁ ନୈତିକତା ପଥର ଉତ୍ତରରେ ତାଙ୍କୁ ଟ୍ୱିଟ୍ କରି ପ୍ରଣବ କହିଛନ୍ତି" @ଦପ୍ରଧାନବିଜେପି ଭାଇ,ମାନ୍ୟବର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି | ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା |ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା"
ବବି ଆହୁରି ମଧ୍ୟ ଜବାବ ଦେବା ସହ ପ୍ରଶ୍ନ କରିଛନ୍ତି " @dpradhanbjp ଭାଇ,ଟ୍ରେନ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ | ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି I ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ?"
ଏହାସହ ପ୍ରଣବ ଧର୍ମେନ୍ଦ୍ରଙ୍କ ଆହ୍ବାନ ଦେଇ କହିଛନ୍ତି, @dpradhanbjp ଭାଇ,ଅଶେଷ ଧନ୍ୟବାଦ | ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି |
ଯଦି ଦମ ଅଛି ଆପଣ ଓ ଆପଣଙ୍କ ଦଳ ଆସି ପୋଲିସ କିମ୍ବା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ I ଇସ୍ତଫା ଛାଡ଼ନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ" ବୋଲି ଧର୍ମେନ୍ଦ୍ରଙ୍କ ଆକ୍ରମଣଙ୍କ ଫୁସ କରିଦେଇଛନ୍ତି ପ୍ରଣବ |