ହେଡଲାଇନସ୍:

ମା ବାପାଙ୍କ ମୃତ୍ୟୁ ପରେ ୩ ଛୁଆ ଅନାଥ : ସଦୟ ହେବେ କି ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଙ୍ଗାଲି(ସନ୍ଦୀପ ଶର୍ମା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଟାମ୍ପରକେଲା ପଞ୍ଚାୟତ ଅଞ୍ଚଳର ମାଁ ଉଲ୍ଲାସ ଓରାମ ୪ ବର୍ଷ ତଳେ ମୃତ୍ୟୁବରଣ କରିଥିବାବେଳେ ବାପା ସଞ୍ଜିବ ଓରାମ ଗତ ୧୧ ତାରିଖ ୩ ଶିଶୁ ସନ୍ତାନଙ୍କୁ ଅସହାୟ କରି ଆରପାରିକୁ ଚାଲିଗଲେ । ମାଁ ଙ୍କ ମୃତ୍ୟୁ ପରେ ୩ ଶିଶୁ ସନ୍ତାନଙ୍କୁ ବାପା ସଞ୍ଜିବ ଲାଳନପାଳନ କରୁଥିଲେ । ତେବେ ନିୟତି ସେମାନଙ୍କଠାରୁ ଏକମାତ୍ର ସାହାଭରସା ବାପାଙ୍କୁ ବି ଛଡ଼ାଇନେଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ ଟାମ୍ପରକେଲା ଗ୍ରାମ ପଞ୍ଚାୟତର ଚୁଟିଆପଡ଼ା ଗ୍ରାମରେ ମା' ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ନିଃ ସହାୟ ଓ ଉପାୟଶୂନ୍ୟ ହୋଇ ସହାୟତାକୁ ଚାତକ ଭଳି ଅନେଇ ବସିଛନ୍ତି ଅନଥ ୨ ଜଣ ନାବାଳିକା ଏବଂ ଜଣେ ନାବାଳକ ।
ସୂଚନାରୁ ପ୍ରକାଶ ଯେ ଚୁଟିଆପଡା ଗ୍ରାମର ସଞ୍ଜିବ ଓ ରାମ ଏବଂ ଉଲ୍ଲାସ ଓରାମଙ୍କ ସୀମା (୧୬), ଶିବାନୀ (୧୪) ଓ ଶିବ (୧୧) ତିନୋଟି ସନ୍ତାନ ଅଛନ୍ତି । ମା' ୨୦୧୭ ମସିହାରେ ମୃତ୍ୟୁବରଣ କଲାପରେ ସଞ୍ଜିବ ତାଙ୍କ ୩ ସନ୍ତାନଙ୍କ ଲାଳନପାଳନ କରୁଥିଲେ । କିନ୍ତୁ ବିଧିର ବିଡମ୍ବନା ଗତ ୧୧ ତାରିଖ ସଞ୍ଜିବ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଜୀବନ ଜୀଇଁବା ଆରମ୍ଭ କରୁଥିବା ତିନିଜଣ ଉପାୟଶୂନ୍ୟ ହୋଇ ପଡ଼ିଛନ୍ତି । ଜିଲା ପ୍ରଶାସନ ଅନାଥ ଶିଶୁ ସନ୍ତାନ ମାନଙ୍କୁ ସହାୟତା କରିବା ସହିତ ଏମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଟାମ୍ପରକେଲଉ ସରପଞ୍ଚ ସନାତନ ସାହୁ ଦାବି କରିଛନ୍ତି ।

0
0
0
s2sdefault