ହେଡଲାଇନସ୍:

ନୂଆ ରୂପ ନେଲା ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ ହେଲା ସର୍ବବୃହତ ମଡେଲ ହାଟ

ଯେତେ ବାଧାବିଘ୍ନ ଆସିଲେ ବି ଲୋକମାନଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି ଲଢ଼ିବି- ପ୍ରତାପ

ନିଶ୍ଚିନ୍ତକୋଇଲି-: (ସପ୍ତ ଜ୍ୟୋତି ରାଉଳ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ବିକାଶ ପାଇଁ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ-ପାନୀୟଜଳ, ଗୃହନିର୍ମାଣ-ନଗର ଉନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ସଦା ସର୍ବଦା ତତ୍ପର ଥିବା ବେଳେ ଆଜି ତାଙ୍କରି ଉଦ୍ୟମରେ ମାହାଙ୍ଗା ବିକାଶ ପ୍ରକ୍ରିୟାରେ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ୍ଦ | ମାହାଙ୍ଗା ଜନସାଧାରଣ, ଜନସାଧାରଣ, ବ୍ୟବସାୟୀ ତଥା ଚାଷୀଙ୍କ ସ୍ୱାର୍ଥ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଆଜି ଲୋକାର୍ପିତ ହୋଇଯାଇଛି ସର୍ବବୃହତ ମଡେଲ ହାଟ ।

ସାରା ଓଡିଶା ତଥା କଟକ ,କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ମଧ୍ୟରେ ସର୍ବବୃହତ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଆନ୍ତରିକ ଉଦ୍ୟମ କ୍ରମେ ମଡେଲ ହାଟର ରୂପ ନେଇଛି । ଯେଉଁ ହାଟ ଦିନେ ଚାଳ ଛପର ଘରେ ଚାଲୁଥିଲା ତାହା ଆଜି ସଜେଇ ହେଈଛି ନୂଆ ରୂପରେ । ହାଟ ଟି ଚାଳ ଛପର ଘରେ ଚାଲୁଥିଲା ବେଳେ ଚାଷୀଭାଇ ଓ ଗ୍ରାହକ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । କିନ୍ତୁ ମନ୍ତ୍ରୀ ଶ୍ରୀ ଜେନା ଚାଷୀମାନଙ୍କ ସୁବିଧା ସର୍ବୋପରି ଅଞ୍ଚଳବାସୀଙ୍କ ସୁବିଧା ପାଇଁ ହାଟ କୁ ମଡେଲ ହାଟରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇ ଏ କାର୍ଯ୍ୟ ଆରମ୍ଭ କରିଥିଲେ । ମଡେଲ ହାଟ ହେବା ପରେ ଚାଷୀଭାଇ ମାନଙ୍କ ପାଇଁ ପକା-ଟାଇଲ ଯୁକ୍ତ ପିଣ୍ଡି, ଫ୍ୟାନ, ଲାଇଟ, ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା, ବିଶ୍ରାମ ପାଇଁ ଆଶ୍ରୟ ସ୍ଥଳୀ, ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ସୁଵିଧା ଆଦି ବିଭିନ୍ନ ପ୍ରକାର ସୁବିଧା ଚାଷୀ ମାନଙ୍କ ପାଇଁ ବ୍ୟବସ୍ଥା ରହିଛି ଏହି ମଡେଲ ହାଟରେ ।

ମାହାଙ୍ଗା ବିକାଶର ସୂତ୍ରଧର ପାଲଟିଥିବା ମୁଖ୍ୟଅତିଥି ମନ୍ତ୍ରୀ ପ୍ରତାପ ଜେନା ଙ୍କ କରକମଳରେ ଏହି ମଡେଲ ହାଟଟି ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ବ୍ଲକ ବିଜେଡି ଉପସଭାପତି ତଥା ଯୁବନେତା ଅଶୋକ କୁମାର ଓଝା, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ନିଶ୍ଚିନ୍ତକୋଇଲି ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ସରପଞ୍ଚ ରବୀନ୍ଦ୍ରନାଥ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ସବିତା ସାମଲ, ଗୀତାଞ୍ଜଳି ପଣ୍ଡା, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ସାହୁ, କ୍ଷୀରୋଦଚନ୍ଦ୍ର ପଣ୍ଡା,ସମାଜସେବୀ ବ୍ରଜମୋହନ ପଣ୍ଡା, ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ ଙ୍କ ସମେତ ବହୁ ଚାଷୀଭାଇ, ବରିଷ୍ଠ ନାଗରିକ, ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ, ସ୍ଥାନୀୟ ଗ୍ରାମବାସୀ ଓ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ । ତେବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏଭଳି ପ୍ରଗତିର ଚିନ୍ତାଧାରାକୁ ବହୁ ଚାଷୀଭାଇ,ଗ୍ରାମବାସୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବିମାନେ ଦୃଢ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault