ହେଡଲାଇନସ୍:

ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଚାଷୀଙ୍କ ବିଜୟ ଉତ୍ସବ ପାଳନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି । ଚାଷୀଙ୍କର ବିଜୟ ହୋଇଛି, ସରକାର ଶେଷରେ ଚାଷୀଙ୍କ ଦାବିକୁ ମାନି ନେଇଛନ୍ତି । ପ୍ରତ୍ୟାହାର ହୋଇଛି ୩ ନୂଆ କୃଷି ଆଇନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ତିନି କୄଷି ଆଇନ ପ୍ରତ୍ୟାହାର ପାଇଁ ପଲ୍ଲୀ ରୁ ଦୀଲ୍ଲି ଯାଏଁ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନରେ ବହୁ ଚାଷୀ ସହିଦ ମଧ୍ୟ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ କୄଷି ଆଇନ ପ୍ରତ୍ୟାହାର କରିଥିବା ଘୋଷଣା ପରେ କୄଷକ ମହଳରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଲିଛି । ପଦ୍ମପୁର ଅଞ୍ଚଳର କୄଷକ ସଂଗଠନ ରାଜବୋଡାସମ୍ବର କୄଷକ ସଂଗଠନ ଏହି ନିଷ୍ପତ୍ତିକୁ ଚାଷୀଙ୍କ ଜିତ ବୋଲି କହିବା ସହିତ ଚାଷୀ ମାନେ ଏକଜୁଟ ହୋଇ ପରସ୍ପର ମଧ୍ୟରେ ମିଠା ଖୁଆଇ ଏହି ବିଜୟର ପର୍ବ ପାଳନ କରିଛନ୍ତି । ଏହି ଅବସରରେ ରାଜବୋଡାସମ୍ବର କୄଷକ ସଂଗଠନର ଆବାହକ ଅଶୋକ ସାହୁ, ରୋହିତ ପ୍ରଧାନ,ପ୍ରଶାନ୍ତ ପ୍ରଧାନ, ଦହିତ ସାହୁ,ବାଳକୃଷ୍ଣ ବନଛୋର,ଅଶୋକ ପ୍ରଧାନ,ମୁକ୍ତେଶ୍ବର ପଟେଲ,ପୁଷ୍କର ବରିହା,ଦେବରାଜ ସାହୁ,ଚିତ୍ତରଞ୍ଜନ ପାଣ୍ଡେ,ନବୀନ ବେହେରା,ପ୍ରକାଶ ମିଶ୍ର ତଥା ସଂଗଠନର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

0
0
0
s2sdefault