ହେଡଲାଇନସ୍:

ଅବହେଳିତ ଅଵସ୍ଥାରେ କାହ୍ନଗୁଡା ଗ୍ରାମ : ପୋଲ ନହେଲେ କରିବେ ଭୋଟ ବର୍ଜ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈଠକ ଦୁରିଆ:ରାୟଗଡା ଜିଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନଗୁଡା ଗ୍ରାମ । ଆଜି ଯାଏ ଭଲ ଭଲ ରାସ୍ତା ଟି ନାହି ଓ କାହ୍ନଗୁଡା ଯିବାକୁ ହେଲେ ଗୋଟିଏ ନାଳ ପାରି ହୋଇ ଯିବାକୁ ପଡେ | ଆଜି ଯାଏ ଏହି ଗ୍ରାମକୁ ଗୋଟିଏ ପୋଲ ଟିଏ ହୋଇ ପାରୁ ନାହିଁ ଯାହାଫଳ ସେହି ଗ୍ରାମବାସୀ ମାନେ ଵହୁତ ସମୟରେ ଅସୁବିଧାର ସମୁଖୀନ ହେଉଛନ୍ତି ଓ ଏହା ସହିତ ଗ୍ରାମରେ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି ବୋଲି ଏହି ଗ୍ରାମ ବାସୀ କହିଛନ୍ତି। ଦୁଇ ଵଷ ତଳେ ସେହି ନାଳ ପାରି ହେବା ସମୟରେ ଗାଁର ଜଣେ ଲୋକ ମଧ୍ୟ ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଥିଲେ |ଏହି ନେଇ ଗ୍ରାମ ବହୁବାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ ଗୋଟିଏ ପୋଲ ନିମାଣ ହୋଇ ପାରୁ ନାହି ବୋଲି ଲୋକେ ଅଭିଯୋଗ କରିଛନ୍ତି |
ଭୋଟ ସମୟ ହେଲେ ନେତା ମାନେ ଵହୁତ ପ୍ରତିଶ୍ରୁତି ଦେଇ ଭୋଟ ନେଇଛନ୍ତି | କିନ୍ତୁ ନିର୍ବାଚନ ଜିତିବା ପରେ ସେହି ସଵୁ ପ୍ରତିଶ୍ରୁତି ପାଣିରେ ଗାଁର ପାଲଟିଯାଉଛି ଵୋଲି କାହ୍ନଗୁଡା ଗ୍ରାମବାସୀ କହିଛନ୍ତି। ଏହା ସହିତ ବଷା ଦିନ ହେଲେ ଏହି ନାଳରେ ଵହୁତ ପାଣି ଯାଇଥାଏ । ଏହି ସମୟରେ ପିଲା ପାଠ ପଢ଼ିବା ପାଇଁ ମଧ୍ୟ ଯାଇ ପାରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏହା ସହିତ ପିଲାଠୁ ଆରମ୍ଭ କରି ଵୃଦ୍ଧମାନେ ବର୍ଷା ଏହି ନାଳ ଦେଇ ଯାତାୟାତ କରିପାରୁନାହାନ୍ତି | ଏହି ଗ୍ରାମର ଯୁବକ ମାନେ ବଷା ହେଲେ ଵାହାରକୁ କାମ ପାଇ ମଧ୍ୟ ଯାଇ ପାରୁନାହାନ୍ତି | ଯାହାଫଳ ବର୍ଷାମାସ ହେଲେ ସେହି ଗ୍ରାମର ପରିଵାର ଚଳିବା କଷ୍ଟକର ହେଉଛି ଵୋଲି କହିଛନ୍ତି । ଯଦି ପଂଚାୟତ ନିର୍ବାଚନ ପୂର୍ବରୁ ଯଦି ପୋଲ କାମ ଆରମ୍ଭ କରାନଯାଏ ତାହା ହେଲେ ଆମେ କେହି ହେଲେ ଭୋଟ ଦେବୁ ନାହି ଵୋଲି କାହ୍ନଗୁଡା ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମରେ ୧୨୦ ପରିବାର ବସଵାସ କରୁଛନ୍ତି । ସରକାରଙ୍କର ଵିଭିନ୍ନ ଯୋଜନା କରୁଛନ୍ତି | କିନ୍ତୁ ଏହି ଗ୍ରାମରେ ସରକାରଙ୍କ ବିଭିନ୍ନ ଯୋଜନା ଫେଲ୍ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି | ଏହି ଅବହେଳିତ ଗ୍ରାମର ସମସ୍ୟା ଉପରେ କେଵେ ସରକାର ଙ୍କ ନଜର ପଡିବ ତାହା ଦେଖିବାକ ବାକି ରହିଲା ।

0
0
0
s2sdefault