ହେଡଲାଇନସ୍:

NLC ର ଶ୍ରମିକ ଶୋଷଣ ନୀତି ବିରୁଦ୍ଧ ରେ 8 ତାରିଖ କାର୍ଯ୍ୟବନ୍ଦ ପାଇଁ ଭି ଏସ ଏସ ଶ୍ରମିକ ସଂଘର ପ୍ରସ୍ତୁତି ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରେଙ୍ଗାଲି (ସନ୍ଦୀପ ଶର୍ମା) :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବୀରା 2 ଓ 3 କୋଳିଲା ଖଣି କାର୍ଯ୍ୟ କରୁଥିବା NLC କମ୍ପାନୀ ର ଶ୍ରମିକ ଶୋଷଣ ନୀତି ବିରୁଦ୍ଧ ରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ । କେନ୍ଦ୍ର ଶ୍ରମ  ଓ କୋଇଲା ମନ୍ତ୍ରାଳୟ ପକ୍ଷରୁ ଗତ 31/12/2020 ରୁ ଠିକା ଶ୍ରମିକ ମାନଙ୍କୁ ତାଙ୍କର ବର୍ଦ୍ଧିତ ଦୈନିକ ପାରିଶ୍ରମିକ ସହ VDA, BONOUS, GRATUITY ସମୟ କୁ ସମୟ ପ୍ରଦାନ, ଓ ଅନ୍ଯାନ୍ଯ ମୌଳିକ ସୁବିଧା ଗୁଡିକ ତୁରନ୍ତ କାର୍ଯ୍ଯକାରୀ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି। କିନ୍ତୁ ବିଡ଼ମ୍ବନା ର ବିଷୟ VSS ଶ୍ରମିକ ସଂଘ ବାରମ୍ବାର NLC ର ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ ଶ୍ବର ଉତ୍ତୋଳନ କରି ଶ୍ରମିକ ମାନଙ୍କ ହକ ପାଇଁ ଦାବି କରିଥିଲେ ମଧ୍ୟ କମ୍ପାନୀ କର୍ଣ୍ଣପାତ କରୁନାହିଁ ।ସଂଘ ମଧ୍ୟ 10 ମାସ ହେଲାଣି ବାରମ୍ବାର ଦାବି କରି ଆସୁଛି। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କୁ ଶୋଷଣ କରି ଆସୁଛନ୍ତି ଓ ବର୍ଦ୍ଧିତ ଆକାରରେ ମଜୁରୀ ଦେଉନାହାନ୍ତି । ଏହାର ସମାଧାନ ପାଇଁ ଗତ ମାସ 18-10-2021 ରିଖ ଦିନ ଶ୍ରମିକ ସଂଘ ର ରୋହିତ ରାଉତ, ପ୍ରମୋଦ ପ୍ରଧାନ, ଦୋଳ ଗୋବିନ୍ଦ ରାଉତ, ଅରୁଣ ବିଶି ପ୍ରମୁଖ ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଦାବୀ ପତ୍ର ଦେଇଥିଲେ। ଆଗାମୀ ନଭେମ୍ବର ମାସର ଦରମା ବର୍ଦ୍ଧିତ ହିସାବରେ ଯଦି କମ୍ପାନୀ ନଦେବା ତେବେ ସଂଘ ପକ୍ଷରୁ ଆଗାମୀ 08/11/21 ରୁ କମ୍ପାନୀ ର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସହ ଅନିର୍ଦ୍ଧିଷ୍ଠ ସମୟ ପର୍ଯ୍ୟନ୍ତ ଲକଆଉଟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ହେଲେ ଆଜିଯାଏଁ କମ୍ପାନୀ ପକ୍ଷରୁ ଉକ୍ତ ଦାବି ଉପରେ କୌଣସିପ୍ରକାର ଆଲୋଚନା କିମ୍ବା କାର୍ଯ୍ୟକ୍ଷମ କରୁନାହିଁ। ଆଜି ସଂଘ ର ସଭାପତି ଶ୍ରୀଯୁକ୍ତ କିରଣ ବେହେରାଙ୍କ ଅଧ୍ୟକ୍ଷତା ରେ ୟୁନିଅନ ଅଫିସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଅଛି, ଆସନ୍ତା ସୋମବାର ଏହି ଲଢେଇ ନିର୍ଣ୍ଣାୟକ ହେବ ବୋଲି ଚେତାବନୀ ଦେବା ସହ କ୍ଷୋଭ ପ୍ରକାଶ କରିଛନ୍ତି।

0
0
0
s2sdefault