ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ବାସ୍ଥ୍ୟବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ କାଶୀନଗର ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ଧନବନ୍ତରୀ ଓ ଆୟୁର୍ବେଦ ଶାସ୍ତ୍ରର ତାତ୍ପର୍ଯ୍ୟ ଓ ମହତ ଉଦ୍ଦେଶ୍ୟ ଉପରେ କହିଥିଲେ । ଆୟୁର୍ବେଦ ଚିକିତ୍ସା ଉପରେ ପୂର୍ବେ ବେଶ ଆଦର ଓ ବିଶ୍ଵସନିୟ ଥିଲା । ଏହା କ୍ରମେ ଲୋପ ହୋଇ ଯିବାରେ ଲାଗିଛି । ଜୀବନଶୈଳୀର ସୁସ୍ଥ ଜୀବନଯାପନ ପ୍ରଣାଳୀରେ ଆୟୁର୍ବେଦ ଔଷଧର ବ୍ୟବହାର ଓ ଉପଯୋଗୀତାର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଏହାକୁ ବଞ୍ଚାଇ ରଖିବା ସହ ଏହାର ପ୍ରଚାର ପ୍ରସାର ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଆୟୁର୍ବେଦ ଚିକିତ୍ସ୍ୟକ ମାନଙ୍କ ରୋଗ ନିଦାନର ବିଶେଷତ୍ୱ ଓ ସମ୍ମୁଖୀନ ହେଉଥିବା ସରକାରୀ ବ୍ୟବସ୍ଥା ଉପରେ କହିଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଫାର୍ମାସି କଲେଜର ଅଧ୍ୟକ୍ଷ ଡାଃ ସଚ୍ଚିନନ୍ଦନ ଦାସ , ମୁଖ୍ୟବକ୍ତା ଭାବେ ଯୋଗଦେଇ ଆୟୁର୍ବେଦ ଶାସ୍ତ୍ରର ଉତ୍ପତ୍ତି ଓ ବିଭିନ୍ନ ବୃକ୍ଷଲତାର ରହିଥିବା ଔଷଧୀୟ ଗୁଣ ଓ ତାର ବ୍ୟବହାର ଉପରେ କହି ବିଭିନ୍ନ ରୋଗର ଉପଶମ ପାଇଁ ଆୟୁର୍ବେଦ ଔଷଧର ବ୍ୟବହାର ଓ ଗୁଣବତ୍ତା ଉପରେ କହିଥିଲେ ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ବିଶିଷ୍ଠ କବିରାଜ , ବୈଦ୍ୟ ଓ ଆୟୁଷ ଡାକ୍ତର ମାନଙ୍କୁ ସ୍ବାସ୍ଥ୍ୟବିଳାସ ଫାର୍ମାସି ପକ୍ଷରୁ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା।
କବିରାଜ କାମ୍ପ ପାଢ଼ୀ ପ୍ରାରମ୍ଭରେ ବେଦପାଠ କରିଥିବା ବେଳେ ଫାର୍ମାସିର ନଳିନୀ କାନ୍ତ ପାତ୍ର ସ୍ୱାଗତ ଭାଷଣ ଓ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ଧନ୍ୟବାଦ ଦେଇଥିଲେ ଏବଂ କବିରାଜ ରାମନାଥ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ସକାଳେ ସ୍ୱାସ୍ଥ୍ୟବିଳାସ ଫାର୍ମାସିରେ ଭଗବାନ ଧନବନ୍ତରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରାଯାଇଥିଲା। ରାଧାନାଥ ପାତ୍ର , ଡାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ରମାକାନ୍ତ ପାତ୍ର , ଓ ପ୍ରକାଶ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ
- Hits: 630