ହେଡଲାଇନସ୍:

ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ନଭେମ୍ବର ୬ ରେ ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଓ ତାଙ୍କର ଇସ୍ତଫା ଦାବିରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଚଳିତ ମାସର ଆସନ୍ତା ୬ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
ଗୁରୁବାର ଦିନ ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ ।
ବିଧାୟକ ଶ୍ରୀ ରାଓ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଓଡିଶାରେ ବାରମ୍ବାର ମର୍ଡର ଓ ନିର୍ଯ୍ୟାତନା ସବୁ ଚାଲିଛି । ଦୋଷୀକୁ ଦଣ୍ଡ ମିଳୁନି କି ପିଡିତାକୁ ନ୍ୟାୟ ମିଳୁନି । ଅତୀତରେ ଏହିଭଳି ଅନେକ ଘଟଣା ଘଟିଛି , ଯାହାକି , କୁନ୍ଦଲି ଠାରୁ ଆରମ୍ଭ କରି ପିପିଲି , ପାରଳା ଏସିଏଫଓ ଏବଂ ମହାଲିଙ୍ଗ ପର୍ଯ୍ୟନ୍ତ ସବୁଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କୌଣସି ଦୃଷ୍ଟି ନାହିଁ ।
ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମ୍ପୃକ୍ତ ମନ୍ତ୍ରୀ ଇସ୍ତଫା ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ତେଣୁ ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ୬ ତାରିଖ ଶନିବାର ଦିନ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ-ଡାକରାରେ ସମସ୍ତେ ସହଯୋଗ କରିବା ପାଇଁ ବିଧାୟକ ଶ୍ରୀ ରାଓ , ସମସ୍ତଙ୍କୁ ନିବେଦନ ଜଣାଇଛନ୍ତି । ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ ଓ ବରିଷ୍ଠ ନେତା ଶ୍ରୀ ବିଭୁତି ବେହେରା ମଞ୍ଚାସୀନ ଥିଲେ ।

0
0
0
s2sdefault