ପୁରୀ/ଅନିମେଶ ପଟ୍ଟନାୟକ: ମୁଖ୍ୟ ଡାକଘର ପ୍ରସସ୍ଥ ହୋଇଥିଲେ ମଧ୍ୟ ସଠିକ ଭାବେ ମିଳୁନି ଡାକ ସେବାରେ । ଏକାଧିକ କାଉଣ୍ଟର ବ୍ୟବସ୍ଥା ଥାଇ ବି ଗୋଟିଏ କାଉଣ୍ଟରରେ ଚାଲିଛି ଡାକସେବା । ଲମ୍ବା ଧାଡ଼ି ଯୋଗୁ ବ୍ୟତିବ୍ୟସ୍ତ ହୋଇ ଫେରି ଯାଉଛନ୍ତି ଲୋକେ । ସେପଟେ ପୁରୀରେ ପର୍ଯ୍ୟାପ୍ତ କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ଅଧିକା କାଉଣ୍ଟରର ଆବଶ୍ୟକତା ଏବେ ନାହିଁ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ।
ଲମ୍ବା ଧାଡ଼ି, ବୟସ୍କ ବୃଦ୍ଧ ସମସ୍ତେ ଗୋଟିଏ ଧାଡ଼ିରେ । ଲମ୍ବା ଧାଡ଼ି ଯୋଗୁଁ ସେବା ଯୋଗାଇବାରେ ବିଳମ୍ବ ହେତୁ ଅନେକ ଅସନ୍ତୋଷ ହୋଇ ଫେରୁଥିବା ଦେଖା ଯାଇଥିଲା ଜିଲ୍ଲା ମୁଖ୍ୟ ଡାକଘରେ । ପୁରୀ ଭଳି ଏକ ସହରରେ ବିଶ୍ଵ ପର୍ଯ୍ୟଟକମାନଙ୍କ ଆଗମନ ହେଉଛି । ତେଣୁ ଡାକଘରର ବିଭିନ୍ନ ସେବାର ଆବଶ୍ୟକତା ରହିଛି । ଏଠାରେ ଥିବା ବ୍ୟବସ୍ଥାରେ ସୁଧାର ଆଣିବା ହୃଦବୋଧ କରି ରାଜ୍ଯ ଯୁବ କଂଗ୍ରେସର ମୁଖପାତ୍ର ବିଶ୍ୱନାଥ ଦାଶ ଡାକ ବିଭାଗ ସମେତ, ଜିଲ୍ଲାପାଳ, ମୁଖ୍ଯମନ୍ତ୍ରୀ ଦପ୍ତରକୁ ଟୁଇଟ କରିଥିଲେ । ଜବାବରେ ପୁରୀରେ ଏକାଧିକ କାଉଣ୍ଟର ରହିଅଛି । ତେଣୁ ଏବେ ଅଧିକା କାଉଣ୍ଟର ଆବଶ୍ୟକ ନାହିଁ ବୋଲି ଡାକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଏଠାରେ ପ୍ରଶ୍ନ ଉଠୁଛି କି, ଯଦି ଜିଲ୍ଲା ମୁଖ୍ଯାଳୟରେ ଏକାଧିକ କାଉଣ୍ଟର ବ୍ୟବସ୍ଥା ଅଛି ତାହେଲେ ଲୋକଙ୍କୁ ଗୋଟାଏ କାଉଣ୍ଟରରେ ଧାଡ଼ି କରି ଛିଡ଼ା କରାଯାଉଛି କାହିଁକି ? କଣ ପାଇଁ ଲୋକଙ୍କ ସୁବିଧା ପାଇଁ ଏକାଧିକ କାଉଣ୍ଟରର ଉପଯୋଗ କରାଯାଉନି?
ପୁରୀ ଏକ ବିଶ୍ୱ ପର୍ଯ୍ୟଟନ ସହର ହୋଇଥିବାରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ଏପରି ଅବ୍ୟବସ୍ଥା ପୁରୀକୁ କଳଙ୍କିତ କରୁଛି। ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ବର୍ଗର ଲୋକମାନେ ଟୁଇଟରରେ ଦାବି କରିଛନ୍ତି ।
ରାଜ୍ୟ
ଡାକଘରେ ଅବ୍ୟବସ୍ଥା; ଲମ୍ବା ଲାଇନ ଯୋଗୁଁ ଡାକ ସେବା ନ ପାଇ ଫେରୁଛନ୍ତି ଲୋକେ
- Hits: 445