ପଦ୍ମପୁର : ଗତ ୨୩ ତାରିଖ ପଣ୍ଡିଚେରି ଠାରେ ଗ୍ଲୋବାଲ ହ୍ୟୁମେନ ପିସ ୟୁନିଭର୍ସିଟି ତରଫରୁ ଅନୁଷ୍ଠିତ କନଭୋକେସନରେ କୋସଲି ଭାଷାକର୍ମୀ ସାକେତ ଶ୍ରୀଭୁଷଣ ସାହୁଂକୁ ସମ୍ମାନ ସୂଚକ ଡକ୍ଟରେଟ ଅଫ ଲିଟ୍ରେଚର ଉପାଧି ଦିଆଯାଇଛି । ଶ୍ରୀ ସାହୁ ଗତ ଗୋଟିଏ ଦସନ୍ଧି ହେବ କୋସଲି ର ସାମ୍ବିଧାନିକ ମାନ୍ୟତା ପାଇଁ କାମ କରିଆସୁଛନ୍ତି । ଏହା ବ୍ୟତୀତ ସେ କଲେଜ ସମୟରୁ ସାହିତ୍ୟ ରଚନା କରିଆସୁଛନ୍ତି । ସେ ‘ଆରୁ ଦୁର୍ଜୋଧନ’, ‘ନଏଦଖଏଣ’, ‘ଦୋସ’, ‘ବିସାନଫୁଲ’, ‘କଂସର ରାଏଜେ’ ପରି ନାଟକ ପାଇଁ ପୂର୍ବରୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇସାରିଛନ୍ତି । ସେ ‘ପଦମ କହଁଡୋ ର ସପନ’, ‘ଜୁ’, ‘ମେରିଆ’ କବିତା, ‘କଥାତୁ ଆର ଉଁଝ୍ୟା କଥାନି’ ଗଲ୍ଫ ସଂକଲନ, କୋସଲି ସାହିତ୍ୟ ର ଇତିହାସ, ତଥା ଅନେକ ପ୍ରବନ୍ଧ ଇଂରାଜି ଓ କୋସଲି ଭାଷାରେ ମେଗାଜିନ ଓ ପୋଟାଲ ପାଇଁ ଲେଖନ୍ତି । ଏହା ବ୍ୟତୀତ ସେ ସେକ୍ସପିଅରଂକର ପ୍ରସିଦ୍ଧ ନାଟକ ହାମଲେଟ ର କୋସଲି ଅନୁବାଦ, ଘୋସ୍ଟ ଅଫ ଜେରି ବଣ୍ଡଲର, ଦି ବୟ କମସ ହୋମ ର ଛାୟାନୁବାଦ କରିଛନ୍ତି । ଏହା ବ୍ୟତୀତ ସେ ଅଟଲ ବିହାରି ବାଜପେଇ, ଗୁଲଜାର ଆଦିଂକ କବିତା ମଧ୍ୟ କୋସଲିରେ ଅନୁବାଦ କରିଛନ୍ତି । କୋସଲି ଭାଷା ର ସ୍ୱୀକୃତି ପାଇଁ ସେ ଚେନ୍ନେଇ, ଧନବାଦ, ଲୁଧିଆନା, ବେଂଗାଲୁରୁ ଆଦି ଜାତୀୟ ଭାଷା ସମ୍ମିଲନିରେ ପକ୍ଷ ରଖିଛନ୍ତି । ସେ “ଏ ସମ୍ମାନ ମୋର ନୁହେଁ, କୋସଲି ଭାଷା, ସାହିତ୍ୟକୁ ସମ୍ମାନ” ବୋଲି କହିଛନ୍ତି ଓ ସମସ୍ତ ଶୁଭେଚ୍ଛୁଂକୁ କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟ
ସାକେତଙ୍କୁ ସମ୍ମାନ ସୂଚକ ଡିଲିଟ
- Hits: 738