ହେଡଲାଇନସ୍:

ଖାଁ ଖାଁ ଦେବଗିରି ଶୈବପୀଠ : କାର୍ତ୍ତିକ ସୋମବାରେ ମାତ୍ର ଅଳ୍ପ କିଛି ଭକତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣ ସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ପବିତ୍ର କାର୍ତ୍ତିକ ମାସ ର ପ୍ରଥମ ସୋମବାରରେ ଦେବଗିରି ଶୈବପୀଠ ରେ ଭକ୍ତ ଙ୍କ ଖାଁ ଖାଁ ଦେଖିବା କୁ ମିଳିଛି। ଆଜି କାର୍ତ୍ତିକ ମାସ ଶୈବପୀଠରେ ଭକ୍ତଙ୍କ ଭିଡ ରହିବା କଥା |ହେଲେ ମହାମାରୀ କୋରନା କୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି ରଖିଥିବାରୁ ମନ୍ଦିରକୁ ସ୍ୱଳ୍ପ ଭକ୍ତ ଆସିଛନ୍ତି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ସୋମବାର ଦିନ ବହୁ ଦୂରରୁ ଭକ୍ତ ମାନେ ନାରାୟଣ ପୁର ରାମ ଲିଙ୍ଗେଶ୍ୱର , ଦେବଗିରୀ ପଞ୍ଚ ମୁଖେଶ୍ୱର,ସତୀ ତୁଟା ଶିଵ ମନ୍ଦିର ଓ କୋରାପା ଶୈବପୀଠରେ ଭିଡ଼ ରହୁଥିବା ବେଳେ ଚଳିତ ବର୍ଷ ଅଲ୍ପଭକ୍ତ ସମାଗମ ପରିଲକ୍ଷିତ ହୋଇଥିବା ବେଳେ ସ୍ଥାନୀୟ କଲ୍ୟାଣୀ ଯୁବ ସଙ୍ଘଠନ ଓ କ୍ରାନ୍ତି କାରି ଆଶ୍ରମ ପକ୍ଷରୁ ମିଳିତଭାବେ ନିମିତ୍ତ ସଂଖ୍ୟାରେ ଆସିଥିବା ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏଥିରେ ସଂଗଠନର ଶଙ୍କର ୱାଡାକା, ହରି ହିକକା, ମଣି ୱାଡାକା ଓ ମିଥୁନ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault