ହେଡଲାଇନସ୍:

କଳିଙ୍ଗା ଘାଟିର "ମରଣ ବୁଲାଣି",ଏମିତି କେତେ ଯେ ଜୀବନ ନେଲାଣି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳିଙ୍ଗା ଘାଟି ପାଲ୍‍ଟିଛି ମରଣ ଘାଟି. ପ୍ରତ୍ୟହ ଘଟୁଛି ଛୋଟ ବଡ ଦୁର୍ଘଟଣା 

ପ୍ରଶାସନ ନିରବଦ୍ରଷ୍ଟା, ସରକାର ବି ହାତ ଟେକି ବସି ଯାଇଛନ୍ତି 

କଳିଙ୍ଗା ଘାଟିର

ଘୁ.ଉଦୟଗିରି (ଗଗନ ପ୍ରଧାନ)  କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ପୋଲିସ୍‍ ଅଧିନସ୍ତ କଳିଙ୍ଗା ଘାଟି ଏବେ  ପାଲ୍‍ଟିଛି ମରଣ ଘାାଟି |  ଜାତୀୟ ରାଜପଥ ୧୫୭ ର ମାନ୍ୟତା ପାଇଥିବା ଏହି ଘାଟି ରାସ୍ତାରେ ପ୍ରତ୍ୟକ  ଦିନ ଘଟୁଛି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏନେଇ ବହୁବାର ଅଭିଯୋଗ ହେଲେ ମଧ୍ୟ ଜନ ସାଧାରଣଙ୍କ  ଜିବନ ସୁରକ୍ଷା ପ୍ରତି ଯତ୍ନବାନ ହେଉନି ଜିଲ୍ଲା ପ୍ରସାସନ, ଯାହାକୁ ନେଇ ଅଞ୍ଚଳରେ ଉଦ୍‍ବେଗ ପ୍ରକାଶ ପାଇଛି |  କଳିଙ୍ଗା ଘାଟିର ମରଣ ବୁଲାଣୀ କୁହାଯାଉଥିବା ସ୍ଥାନରେ ଗୁରବାର ଦିନ ସକାଳ ପ୍ରାୟ ୯  ଘଟିକା ସମୟରେ ଏକ ସଡକ ଦୁର୍ଘଟଣାରେ ବିହାରରୁ ଭଞ୍ଜନଗର ଯାଉଥିବା ଏକ ଟ୍ରକ୍‍ ନଂ  ବିଆର୍‍୦୧ଜି୬୪୯୪ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦସ  ଜଣ ଗୁରତର ଥିବା ଯଣାପଡିଛି |  ଦୁର୍ଘଟଣାର ସିକାର ହୋଇଥିବା ସମସ୍ତ ଲୋକ ବିହାର୍‍ ରାଜ୍ୟର ବୋଲି  ପୋଲିସ୍‍ ସୁତ୍ରରୁ ଜଣାପଡିଛି | ମୃତ ବ୍ୟକ୍ତିଙ୍କ ନାମ ରଘୁ ମାଞ୍ଝି, ଅତ୍ୟନ୍ତ ଗୁରୁତର ବ୍ୟକ୍ତି ହେଲେ ବିକାସ୍‍ ସିଂ, ଛୋଟୁ ରିକ୍‍ସନ, ଗୌତମ ରିକ୍‍ସନ୍‍, ରଞ୍ଜିତ ରିକ୍‍ସନ ଓ ସାମାନ୍ୟ ଗୁରୁତର ଭାବେ କୁଲ୍‍ଦିପ୍‍, ବିଳାସ, ବଳିରାମ, ପ୍ରଦି, ଦିଲିପ |  ସମସ୍ତ ଅତ୍ୟନ୍ତ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଘୁ.ଉଦୟଗିରି  ସ୍ୱାସ୍ଥ୍ୟକେନ୍ଦ୍ରରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାପଡିଛି |  ପ୍ରକାଶ ଥାଉକି 

ଦୁର୍ଘଟଣାର ଖବର ପାଇ ଘୁ.ଉଦୟଗିରି ଦମକାଳ ବାହିନୀ ଓ ପୋଲିସ୍‍ ଘଟଣା ସ୍ଥଳରେ ପହଁଚି ଟ୍ରକ୍‍ରେ  ଚାପି ହୋଇଥିବା ମୃତ ବ୍ୟକ୍ତିଙ୍କୁ କଟର୍‍ ସାହାଯ୍ୟରେ ବାହାର କରିଥିଲେ |  ଏହି ଦୁର୍ଘଟଣା ସ୍ଥଳକୁ ଅଣ  ଓସାରିଆ ଓ କ୍ଷିପ୍ର ବୁଲାଣି ହୋଇଥିବାରୁ ବିପରୀତ ଦିଗରୁ ଆସୁଥିବା ଯାନବାହନ ଓ ରାସ୍ତାର ସୁଚନା  ଜଣାପଡୁନାହିଁ | ଯାହାଫଳରେ ସେଠାରେ ପ୍ରତ୍ୟହ ଦିନ ଦୁର୍ଘଟଣା ଘଟି ଧନ ଜିବନ ନଷ୍ଠ ହେଉଛି | ତେଣୁ  ଘାଟିର ସମସ୍ତ ଅଣ ଓସାରିଆ ବୁଲାଣୀ ଓ ରାସ୍ତାକୁ ଓସାରକରି ରାସ୍ତାର ସୁଚନା ଫଳକ ଲଗାଇବା ସହ 

ପୋଲିସ୍‍ କଡା ପାଟ୍ରୋଲିଙ୍ଗ କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |  କେବଳ ଦୁର୍ଘଟଣା ହେଉଛି  ତାହାନୁହେଁ ପୋଲିସ୍‍ର ପାଟ୍ରୋଲିଙ୍ଗ ଥିବା ଯୋଗୁଁ ଦିବାଲୋକରେ ପ୍ରତ୍ୟକ ଦି ଡକାୟତି ଘଟଣା ମଧ୍ୟ  ଘଟୁଛି |  ଏହି ରାସ୍ତାରେ ଜାତାୟତ କରୁଥିବା ଯାତ୍ରି ଡକାୟତିର ଶୀକାର  ହେଉଛନ୍ତି, ଯାହାପାଇଁ ଯାତ୍ରୀ  ଯିବାଆସିବା ପାଇଁ ସୁରକ୍ଷିତ ମଣୁନଥିବା କହିଛନ୍ତି  |

 

0
0
0
s2sdefault