ପଦ୍ମପୁର(ଶାସକପ୍ରଶାସକ)- ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣି ଗାଁ ର ମହାଲିଙ୍ଗ କଲେଜ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ଗାଁ ରୁ ସହର ସବୁଠି ଚର୍ଚ୍ଚା l ହେଲେ ଏପର୍ଯ୍ୟନ୍ତ ଗୋବିନ୍ଦ ସାହୁ ସହ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇନାହାନ୍ତି କି ମମିତା ଙ୍କୁ ନ୍ୟାୟ ମିଳିନାହିଁ l ଏହି ଉଦ୍ଦେଶ୍ୟରେ ରାଇସଲପଦର ଯୁବକ ମାନେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଇସ୍ତଫା ଦାବି ସହ ଗୋବିନ୍ଦ ସାହୁ କୁ ଫାଶୀ ଦିଆଯାଉ ବୋଲି ଦାବି କରି CBI ତଦନ୍ତ କରିବା ପାଇଁ କହିଥିଲେ| ମମିତା ମେହେର ଙ୍କୁ ନ୍ୟାୟ ଦିଆଯାଉ ଓ ତାଙ୍କ ଆତ୍ମାର ଶାନ୍ତି ରହୁ ବୋଲି ଅନନ୍ତ ସାହୁ, ଜଗଦୀଶ କଳସାଏ, କାଳିଆ ସାହୁ ଅଜିତ ସାହୁ ଶଙ୍କରନନ୍ଦ ଦ୍ଵାରା କେଣ୍ଡଲ ଯାତ୍ରା କରାଯାଇଥିଲା ଓ ନୀରବ ପ୍ରାର୍ଥନା କରିଥିଲେ ।
ରାଜ୍ୟ
ରାଇସଲପଦରରେ ମମିତା ମେହେର ପାଇଁ କ୍ୟାଣ୍ଡେଲ ଯାତ୍ରା ।
- Hits: 561