ହେଡଲାଇନସ୍:

ସେବା ସମିତି ଆନୁକୂଲ୍ୟରେ ମାରାଥନ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏଇ ମାସ ଶେଷ ସୁଦ୍ଧା ରୋପଣ କରାଯିବ ୧୦୦୦୦ ଚାରା : ସଞ୍ଜିବ 

18-07-18-brukhya1.jpg - 161.10 kB

ଉମରକୋଟ୍ (ଶାସକ ପ୍ରଶାସକ) - ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ସମିତି ଆନୁକୂଲ୍ୟରେ ଉମରକୋଟ୍ ବ୍ଲକର କାରାଗାଁ ପଞ୍ଚାୟତରେ ମାରାଥନ ବୃକ୍ଷରୋପଣ, ସ୍ୱଛନ୍ତ, ପରିମଳ ଆଉ ପରିବେଶ ସୁରକ୍ଷା  ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ପରିବେଶପ୍ରେମୀ ତଥା ପରିବେଶ କାର୍ଯ୍ୟକର୍ତ୍ତା ସେବା ସମିତିର ଅଧ୍ୟକ୍ଷ ସଞ୍ଜିବ ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ  ତତ୍ୱାବଧାନରେ ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ପୂଜାରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ, ଲହରାଗୁଡ଼ା ପ୍ରାଥମିକ ବିଦ୍ୟାଳୟ, କାରାଗାଁ ଉଚ୍ଚବିଦ୍ୟାଳୟ ଗୁଡ଼ିକରେ ୧ହଜାରରୁ ଉର୍ଦ୍ଧ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମରକୋଟ୍ ବିଡ଼ିଓ ତରଣୀ ସୁନା ଯୋଗଦେଇ ବୃକ୍ଷରୋପଣ ଏକ ମହତ କାର୍ଯ୍ୟ ବୋଲି କହିବା ସହ ଆଗତ ଦିନରେ ପ୍ରତ୍ୟେକ ଅନୁଷ୍ଠାନ  ନିଜନିଜ ପରିସରରେ ବୃକ୍ଷରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା ପାଇଁ ଆହ୍ୱାନ କରିଥିଲେ  । ମୁଖ୍ୟବକ୍ତା ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଜିଲ୍ଲା ସଭାପତି ପରମା ପଣ୍ଡା ଉପସ୍ଥିତ ରହି କହିଥିଲେ ଯେ ସମ୍ପ୍ରତି ଆଜିର ଦିନରେ ଜଳବାୟୁର ପରିବର୍ତ୍ତନ  ସମସ୍ତେ ଉପଲବ୍ଧି କରୁଅଛେ | ତେବେ ମନୁଷ୍ୟ ସମାଜରେ  ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଡେପୁଟି ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ  ଯୋଗ ଦେଇ ସେବା ସମିତିର ମହତ୍ୱ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିବା ସହ ଜଙ୍ଗଲ ବିଭାଗ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଏହି ସମିତିର ନିରନ୍ତର ସହଯୋଗିତା ରହିଆସିଛି ବୋଲି ମତ ରଖିଥିଲେ । 

ବିଦ୍ୟାଳୟଗୁଡ଼ିକର ବିଦ୍ୟାର୍ଥୀଙ୍କ ଅତିଥିଗଣଙ୍କ ମଧ୍ୟରେ ସେବା ସମିତିର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଶତପଥୀ, ଜ୍ୟୋତି ପ୍ରକାଶ ଦାସ, ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ରତ୍ନାକର ନାୟକ, ଗାନ୍ଧୀ ପାଢୀ, ଶ୍ରୀକାନ୍ତ ସାହୁ, ବସନ୍ତ ମଞ୍ଜରୀ  ଦାସ, ମଂଟୁ ମଜୁମଦାର, ପ୍ରଦୀପ ମଲ୍ଲିକ, ପ୍ରଫୁଲ୍ଲ ପ୍ରଧାନ, ଅରୁଣ ସାହୁ,ଲମ୍ବୋଦର  ପଟ୍ଟନାୟକ, ରୁପଚାନ୍ଦ ପନକା, ରାଜକିଶୋର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ କାରାଗାଁ କ୍ଳଷ୍ଟର ସିଆରସିସି ଶ୍ରୀ ଆଲଟିଆ, ବନବିଭାଗ ତରଫରୁ ମଳୟ ମଲ୍ଲିକ, ଆକୁଲ ବୈରାଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସେବାସମିତିର ଅଧ୍ୟକ୍ଷ ଶ୍ରୀ ସୁବୁଦ୍ଧିଙ୍କ କହିବା ଅନୁଯାୟୀ  ଏହି ମାସରେ ସେବା ସମିତି ପକ୍ଷରୁ ୧୦ହଜାରରୁ ଅଧିକ  ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ଯିବାର ଲକ୍ଷ ରହିଥିବା ବେଳେ ଏଇଇ ମଧ୍ୟରେ ପ୍ରାୟ ସାଢେ ତିନି ହଜାର ବୃକ୍ଷରୋପଣ କରାଯାଇଛି । ଏହାକୁ ଭବିଷ୍ୟତରେ ଏକ ଜଣ ଅଭିଯାନ ଭାବେ ଗଢି ତୋଳିବା ପାଇଁ ସେବା ସମିତି ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ସୁବୁଦ୍ଧି କହିଛନ୍ତି | 

0
0
0
s2sdefault