ହେଡଲାଇନସ୍:

ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର ଦାସଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-07-18-birendra.jpg - 34.53 kB

ଭଦ୍ରକ, : ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର କୁମାର ଦାସ(୭୫)ଙ୍କ ଆପଲୋ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଗତ ଶୁକ୍ରବାର ଦିନ ତାଙ୍କ ମଠସାହି ସ୍ଥିତ ବାସଭବନର ଗାଧୁଆଘରେ ଗୋଡ ଖସି ଯିବାରୁ ମୁଣ୍ଡରେ ଆଘାତ ହୋଇଥିଲା । ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପରେ ଆପଲୋ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସିତ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମର ଶରୀରକୁ ଜନ୍ମସ୍ଥାନ ପାଳିଆବିନ୍ଧାକୁ ନେବା ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ ସମ୍ପନ୍ନ ହୋଇଥିଲା । ସେ ଆନନ୍ଦପୁର,ଚରମ୍ପା କଲେଜ ଓ ପରେ ଭଦ୍ରକ ମହିଳା କଲେଜରେ ଅଧ୍ୟାପନା ପରେ ଅବସର ନେଇଥିଲେ । ଜଣେ ସରଳ  ଓ ଅମାୟିକ  ମଣିଷ ଭାବରେ ନିଜର ପରିଚୟ ଦେଇ ଆସିଥିବା ସ୍ୱର୍ଗତ ଦାସ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ  ଓ ଅନେକ ସାମାଜିକ ସଂଗଠନ ସହିତ ଜଡିତ  ଥିଲେ । ତାଙ୍କ ମୃତ୍ୟୁର ଖବର ପାଇବା ପରେ ବିଭିନ୍ନ ସାହିତ୍ୟ ସଂଗଠନ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି ।  

0
0
0
s2sdefault