ଧର୍ମଶାଳା /ପ୍ରଫୁଲ୍ଲ କୁମାର ସାହୁ : ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଦୁଇ ଦିନିଆ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ , ଶ୍ରମ ଓ ରୋଜଗାର ମନ୍ତ୍ରାଳୟ , ଭାରତ ସରକାର ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଗୋଟି ପର୍ଯାୟରେ ୪୦ ଜଣ ଲେଖାଏଁ ୮୦ ଜଣ ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛିି । ଏହି ଶିବିରରେ ପ୍ରଶିକ୍ଷକ ଭାବରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ପକ୍ଷରୁ ଶିକ୍ଷାଧିକାରୀ ବସନ୍ତ କୁମାର ପାତ୍ର ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରି ଥିଲେ । ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ ଶରୀର ସୁସ୍ଥ ରହିବା ଓ ବିକାଶ ପାଇଁ ଆବଶ୍ୟକ ଖାଦ୍ୟ ଓ ସେଥିରୁ ମିଳୁଥିବା ଖାଦ୍ୟ ସାର ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଣ୍ଟିଗଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଉତ୍ତମ କୁମାର ଦାସ,ବରିଷ୍ଠ ସମାଜସେବୀ ସୂର୍ଯ୍ୟମଣି ପଣ୍ଡା,ଗାନ୍ଧୀଛକ ଏସବିଆଇ ଗ୍ରାହକ ସେବାକେନ୍ଦ୍ରର ପରିଚାଳକ ସୁଜିତ କୁମାର ସାହୁ, ସାମ୍ବାଦିକ ଦୀପକ କୁମାର ଦାସ ପ୍ରମୁଖ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ସାମଲ ଧନ୍ୟବାଦ ଦେଇଥିଲେ ।
ରାଜ୍ୟ
କଣ୍ଟିଗଡିଆ ଓ ଗୋପାଳପୁର ଗ୍ରାମରେ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ
- Hits: 382