ହେଡଲାଇନସ୍:

ଶିକ୍ଷୟତ୍ରୀ ମମିତା ମେହେରକୁ ନ୍ୟାୟ ଦାବୀ କଂଗ୍ରେସର ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା କଂଗ୍ରେସ କମିଟି ଓ ମହିଳା କଂଗ୍ରେସ କମିଟି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାୟଗଡ(ସରୋଜ କୁମାର ସାହୁ) : ଜିଲ୍ଲା କଂଗ୍ରେସ କମିଟି ଓ ମହିଳା କଂଗ୍ରେସ କମିଟି ତରଫରୁ ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ନାରା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେେତେ ଦିନ ଯାଏଁ ମମିତା ମେହେର ପରିବାରକୁ ନ୍ୟାୟ ନ ମିଳିଛି ସେତେଦିନ ଯାଏଁ କଂଗ୍ରେସ ତରଫରୁ ଏହି ଲଢେଇ ଜାରୀ ରହିବ ବୋଲି ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି । ଓଡିଶାରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବଢୁଥିଲେ ସୁଦ୍ଧା ସରକାର ଦୋଷୀଙ୍କ ବିରୋଧରେ କୌଣସି କଡା ଅଭିମୁଖ୍ୟ ଗ୍ରହଣ ନ କରିବା ଅତି ନିନ୍ଦନୀୟ ଘଟଣା ବୋଲି ମତବ୍ୟକ୍ତ କରିଥିଲେ । ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀଙ୍କୁ ତୁରନ୍ତ କୋଠର ଦଣ୍ଡବିଧାନ କରିବା ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଦାବୀ କରିଛି ଜିଲ୍ଲା କଂଗ୍ରେସ । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଜିଲ୍ଲା ମହିଳା ସଭାନେତ୍ରୀ ଆଇ.ନାଗଲକ୍ଷ୍ମୀ, ବିଧାୟକ ପ୍ରାର୍ଥି ଆପୁଲସ୍ୱାମୀ କାଡ୍ରାକା, ପ୍ରାର୍ଥ ବର୍ଦ୍ଧନ, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault