ହେଡଲାଇନସ୍:

ମମିତା ମେହେର ପ୍ରତି ଅମାନୁଷିକ ଘଟଣାରେ ମନ୍ତ୍ରୀ ଵହିଷ୍କାର, ମୁଖ୍ୟ ଅଭିଯୁକ୍ତ ଫାଶୀ ଦାବୀ କଲା ଦଳିତ ଅଧିକାର ମଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: କଲାହାଣ୍ଡି ଜିଲ୍ଲା ମହାଳିଙ୍ଗ ଠାରେ ଥିବା ସନସାଇଁନ ପବ୍ଲିକ ସ୍କୁଲ ଅଧକ୍ଷା ମମିତା ମେହେରଙ୍କୁ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ  ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଛି ।ଖଡ଼ିଆଳ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ ବେନର,ପୋଷ୍ଟର ପୋଡିଛନ୍ତି ମଞ୍ଚର କର୍ମକର୍ତ୍ତାମାନେ । ମଞ୍ଚ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶୀ ଦଣ୍ଡ ଦେବା ସହ  ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦରୁ ବହିଷ୍କାର ଦାବୀ କରିଛନ୍ତି ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି । ମୂଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତି ଉଦାର କାହିଁକି ବୋଲି ପ୍ରଶ୍ନ କରିବା ସହ ନବୀନଙ୍କ ରାଜରେ ମହିଳା ଯେ ଅସୁରକ୍ଷିତ ଏହାର ଆଉ ପ୍ରମାଣ ଦରକାର ନାହିଁ ବୋଲି  ସଭାପତି ଶ୍ରୀ ତାଣ୍ଡି ଦାବୀ କରିଛନ୍ତି। 

0
0
0
s2sdefault