ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ହିନ୍ଦୁ ସଂସ୍କୃତି ଓ ହିନ୍ଦୁ ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ । ସେଥିରୁ ବାଦ୍ ପଡିନି ଗୁଣୁପୁର ର ଏସପିଗୁଡା, ହୋଉସିଙ୍ଗ ବୋର୍ଡ । ପ୍ରତି ପୁରପଲ୍ଲୀରେ ଗାଁ ଗାଁରେ ପାଳିତ ହୋଇ ଆସୁଅଛି ଜହ୍ନି ଓଷା ବ୍ରତ । ଜହ୍ନି ଓଷା ବ୍ରତ ସାଙ୍ଗକୁ କୁମାର ପୁର୍ଣ୍ଣୀମା ଏଥ ସହ ବିଳମ୍ବିତ ରାତ୍ରି ରେ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେଉଅଛି । କୁମାରୀ ମାନେ ଆଶ୍ଵିନ ମାହ ପ୍ରାରମ୍ଭ ରୁ ଚଉରା ମୂଳରେ ଜହ୍ନି ଓଷା ବ୍ରତ ଆରମ୍ଭ କରିଥାନ୍ତି । ମାସ ଯାକ ନିରାମିଷ ଭୋଜନ ସାଙ୍ଗକୁ ପ୍ରତି ଦିନ ସନ୍ଧ୍ୟାରେ ଜହ୍ନି ଫୁଲ ଠୋଠା,କାକୁଡି ଫୁଲ ଠୋଠା ଗୀତର ତାଳେ ତାଳେ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତି ସନ୍ଧ୍ୟାରେ କଉଡି ଖେଳ ମୁଖ୍ୟ ହୋଇଥାଏ । ମାସ ଯାକ ଲକ୍ଷ୍ମୀ ନାରାୟଣ ଙ୍କ ଏହି କଉଡି ଖେଳରେ ଲକ୍ଷ୍ମୀଙ୍କ ନିକଟରେ ବନ୍ଧା ପଡିଥାନ୍ତି । ଏହି ଉଦ୍ୟାପନୀ ଦିବସରେ ମା ଲକ୍ଷ୍ମୀ ନାରାୟନଙ୍କୁ ମୁକ୍ତ କରିଥାନ୍ତି । ଏବଂ ଉଦ୍ ଯାପନୀ ଦିବସ କୁମାର ପୁର୍ଣ୍ଣୀମା ଦିନ ପ୍ରାତଃ ସମୟରେ କୁମାରୀ ମାନେ ମେଳ ହୋଇ ଜହ୍ନି ଆଞ୍ଜୁଳୀ ପ୍ରଦାନ କରିଥାନ୍ତି । ଏହି ଆଞ୍ଜୁଳିରେ ଖଇ, ନଡିଆ, ଗୁଆ ଏବଂ ୭ ପ୍ରକାର କଷି ଫଳ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି । ଏହି ସମର୍ପିତ ହୋଇଥିବା ଖଇରେ ସନ୍ଧ୍ୟା ସମୟରେ ଛେନା, କଦଳୀ, ନଡିଆ ମିଶାଇ ଚନ୍ଦ୍ର ତିଆରି କରି ଚନ୍ଦ୍ରକୁ ସମର୍ପିତ କରାଯାଏ । ଏଥିସହ ୭ ପ୍ରକାର ପୀଠା ପଣା ଆସି ପୂଜା କରାଯାଇଥାଏ । ପୂଜା ପରେ ଚନ୍ଦ୍ରଙ୍କୁ ସମର୍ପଣ କରାଯାଇଥିବା ଖଇଦ୍ବାରା ନିର୍ମିତ ଚନ୍ଦ୍ରକୁ ପ୍ରସାନ ଭାବେ ସେବନ କରିଥାନ୍ତି । ରଣପୁରର ମଠ ମନ୍ଦିର ଠାରୁ ଆରମ୍ଭ କରି ପ୍ରତି ଗାଁ ରେ ଏହି ଜହ୍ନି ଓଷା ବ୍ରତ ଦେଖାଯାଇଥାଏ । କୁମାର ଓ କୁମାରୀ ମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହି ଦିନ ଗୋଟିଏ ଆନନ୍ଦ ଉଲ୍ଲାସର ଦିନ ଭାବେ ଗୁଣୁପୁର ରେ ପାଳିତ ହୋଇଥାଏ