ହେଡଲାଇନସ୍:

ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଣ୍ଟା ୩୦ ମିନିଟ ସମୟରେ ସ୍ଥାନୀୟ କାଳୀ ମନ୍ଦିର ଠାରୁ ପୂଜାଅର୍ଚ୍ଚନା କରି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭାଯାତ୍ରାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ପହଁଚିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରାକା ମୂଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟତା ଓ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଓ ପିଡି ଡିଆରଡିଏ ଶ୍ରୀ ମହେଶ୍ୱର ନାଏକ ଯୋଗ ଦେଇ ନୂଆଖାଇ ଭେଟଘାଟ ସମ୍ପର୍କରେ ଏବଂ ମୂଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ମୂଖ୍ୟବକ୍ତା ଓଡିଆ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ରାୟଗଡ ଶ୍ରୀ ରଘୁନାଥ ଭୁଏ ଏବଂ ଶ୍ରୀମତି ପ୍ରତିମା ରାଣୀ ପଣ୍ଡା ଇତିହାସ ବିଭାଗ ଅଧ୍ୟାପିକା ମହିଳା ମହାବିଦ୍ୟାଳୟ ରାୟଗଡ ନୂଆଖାଇର ମହତ୍ୱ ସମ୍ପର୍କରେ ବିସ୍ତୁୃତ ଭାବରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମର ଆରମ୍ଭରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଲୋକକଳା ଟ୍ରଫି ପ୍ରତିଯୋଗିତାରେ ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ବ୍ୟତୀତ ସମସ୍ତ ୧୦ ଗୋଟି ବ୍ଲକର କଳାକାର ଦଳ ଓ ରାୟଗଡ ପୌରପରିଷଦର ୨ ଗୋଟି ଦଳ ଅଂଶ ଗ୍ରହଣ କରି ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ମଧ୍ୟରୁ ରାୟଗଡ ବ୍ଲକର ମା ସନ୍ତୋଷି କଳା ପ୍ରତିଷ୍ଠାନର ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମା ଗାୟତ୍ରୀ କଳା ସଂଗଠନ ଦ୍ୱିତୀୟ ଓ ଗୁଡାରି ବ୍ଲକର ଅଦିବାସୀ ନୃତ୍ୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନୃତ୍ୟ ଗୁରୁ ଶ୍ରୀ ଲକ୍ଷ୍ମୀ ନାରାୟଣ ବେହେରା, ଶ୍ରୀ ତ୍ରିଲୋଚନ ସାହୁ ଓ ଶ୍ରୀ ଶିବ ଶଙ୍କର ମିଶ୍ର ବିଚାରକ ଭାବେ ନିଜର ଦାୟୀତ୍ୱ ତୁଲାଇଥିଲେ । ଉକ୍ତ କାର୍ଯ୍ୟ କ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ନିଳାଂଚଳ ମିଶ୍ର, ଶିକ୍ଷକ ଶ୍ରୀ ପ୍ରଶାନ୍ତ ନାୟକ ଓ ଜିଲ୍ଲା ଗ୍ରନ୍ଥାଗାରୀକ ତଥା ଲୋକସମ୍ପର୍କ ବିଭାଗର କିରାଣୀ ଶ୍ରୀ ଡମ୍ୱରୁଧର ପଣ୍ଡା, ଶ୍ରୀ ରାମଚନ୍ଦ୍ର ପାତ୍ର, ଶ୍ରୀ ଅନନ୍ତ ପାତ୍ର ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହୋଯୋଗ କରିଥିଲେ । ରାୟଗଡ ସଂସ୍କୃତି ମହିଳା କ୍ଲବ ସଦସ୍ୟାମାନେ ରଙ୍ଗୋଲି କରିବା ସହ ନିମନ୍ତ୍ରୀତ ଅତିଥି ମାନଙ୍କୁ ଅଭ୍ୟର୍ଥନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault