ହେଡଲାଇନସ୍:

ଗିରଫ ପ୍ରିୟଙ୍କା ଗାନ୍ଧୀ ଙ୍କୁ ନିସର୍ତ୍ତରେ ଖଲାସ ଓ ଆନ୍ଦୋଳନରତ ଚାଷୀ ମାନଙ୍କ ଉପରେ ଗାଡି ଚଢାଇ ମାରିଥିବା କେନ୍ଦ୍ର ମନ୍ତ୍ରୀ ଙ୍କ ପୁଅକୁ ହତ୍ୟା ମାମଲା ରେ ଗିରଫ କରିବା ଦାବିରେ ଗଣ ପ୍ରତିବାଦ ସଭା!

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ଆଜି  କୃଷି ବିଲ ପ୍ରତ୍ୟାହାର ଦାବିରେ ଆଜକୁ 10 ମାସ ରୁ ଉର୍ଦ୍ଧ ଦିନଧରି ଚାଷୀ ମାନେ ଆନ୍ଦୋଳନରତ ଥିବାବେଳେ ଉତ୍ତରପ୍ରଦେଶ ର ଲଖନପୁର ଖେରି ଠାରେ ଚାଷୀ ମାନେ ଆନ୍ଦୋଳନ ରେ ବସି ରହିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଙ୍କ ପୁଅ ଏହି ରାସ୍ତା ଦେଇ ଯାଉଥିବା ବେଳେ ଉତକ୍ଷିପ୍ତ ହୋଇ 8 ଜଣ ଚାଷୀ ମାନଙ୍କ ଉପରେ ଅତି ବିଭତ୍ସ ଭାବେ ଗାଡି ଚଢାଇ ଚାଲିଯିବ ଘଟଣା ଓ ମୃତକ ଆନ୍ଦୋଳନକାରି ଚାଷୀ ମାନଙ୍କ ପରିବାର କୁ ଦେଖା କରିବା ନିମନ୍ତେ ଯାଉଥିବାବେଳେ କଂଗ୍ରେସ ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଙ୍କୁ ପୋଲିସ ଅଶାଳୀନ ଭାଷା କହି ଅଟକାଇ 3ଦିନ ଧରି ସୀତାପୁର ଅତିଥିଶାଳା ରେ ଗିରଫ କରି ରଖିବା ଘଟଣା ପ୍ରତିବାଦ ରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ, ଆଇ ଏନ ଟି ୟୁ ସି, ସି ଆଇ ଟି ୟୁ ପକ୍ଷରୁ ଗୋପବନ୍ଧୁ ଛକ ଠାରେ ଏ ଆଇ ୟୁ ଡବ୍ଲୁ ସି ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା!ଏଥିରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ରଘୁନାଥ ମାଝୀ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ୟାସନଗର ଅଧକ୍ଷ ପଦ୍ମନାଭ ନାୟକ, ବରିଷ୍ଠ କଂଗ୍ରେସ ନେତା ପ୍ରଭାତ ମହାପାତ୍ର,ଜିଲ୍ଲା ସଂଯୋଜିକା ଜେମାମଣୀ କଅଁର, ରବୀନ୍ଦ୍ର ଥାନ୍ଦାର, କୋରେଇ ଅଧକ୍ଷ ସେକ ଆତାରଉଦ୍ଦିନ ଅହମ୍ମଦ, ସି ଆଇ ଟି ୟୁ ର ବେବିନା ଜେନା, ଲାଳମଣୀ ମୁଣ୍ଡା,ଏ ଆଇ ୟୁ ଡବ୍ଲୁ ସି ପକ୍ଷରୁ ବିଦ୍ୟାଧର ଜେନା,ସୁନିତା ଦାସ, ଶତ୍ରୁଘନ ମଳିକ, ମଧୁସୂଦନ ଓଝା ପ୍ରମୁଖ ଏହି ପ୍ରତିବାଦ ସଭାରେ କେନ୍ଦ୍ରର ବି ଜେ ପି ସରକାର ପୁଞ୍ଜିପତି ମାନଙ୍କ ହାତ ବାରିସୀ ହୋଇ 3 ଗୋଟି କୃଷି ବିଲ ପାରିତ କରିବା ଓ 44 ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି 4 ଗୋଟି କୋର୍ଡ କରିବା ଦିନଠାରୁ ଆନ୍ଦୋଳନରତ ଚାଷୀ ଓ ଶ୍ରମିକ ମାନଙ୍କ ଉପରେ ରକ୍ତ ମୁଖା ହୋଇ ଗାଡି ଚଢାଇବା ଏବଂ ଗୁଳିକରିବା ପୋଲିସ ଲଗାଇ ଅନ୍ୟାୟ ଭାବେ ଗିରଫ କରିବା ବି ଜେ ପି ସରକାର ଙ୍କର ଇଂରେଜ ଶାସନ ଓ ହିଟଲର ଭଳି ବ୍ୟବହାର କରି ଦେଶର ଗଣତନ୍ତ୍ର କୁ ଦିନ ଦିପହରେ ହତ୍ୟା କରାଯାଇଛି ବୋଲି ବକ୍ତା ମାନେ ଦୃଢ଼ ସମାଲୋଚନା କରିବା ସହିତ ଗାଡି ଚଢାଇ ହତ୍ୟା କରିଥିବା ପ୍ରତ୍ୟେକ କୃଷକ ପରିବାର କୁ 5 କୋଟି ସହାୟତା ଦେବା ଓ ପ୍ରିୟଙ୍କା ଗାନ୍ଧୀ ଙ୍କ ଭଳି ଦେଶରେ ମହିଳା ମାନଙ୍କ ମଧ୍ୟରୁ ଜଣେ ଆଗ ଧାଡ଼ିର ନେତ୍ରୀ ଙ୍କୁ ଯେପରି ଭାବେ ଗିରଫ କରି ରଖାଯାଇଛି ଏ ସମ୍ପର୍କରେ ମାନ୍ୟବର ସୁପ୍ରିମ କୋର୍ଟ ର ଜଣେ ସିଟିଙ୍ଗ ଜଜ ଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି!

0
0
0
s2sdefault