ହେଡଲାଇନସ୍:

ଜମଲା ଗ୍ରାମପଞ୍ଚାୟତକୁ ମରୁଡ଼ି ପ୍ରପୀଡ଼ିତ ଗ୍ରାମପଞ୍ଚାୟତ ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ଚାଷ ର ଜିଲ୍ଲା ହେଉଛି ବରଗଡ ଜିଲ୍ଲା।ବରଗଡ ଜିଲ୍ଲା ଚାଷି ଚାଷ ଉପରେ ନିର୍ଭର କରିଥାନ୍ତି ହେଲେ ଚଳିତ ବର୍ଷ କମ ବର୍ଷା ଯୋଗୁଁ ମରୁଡ଼ି ଦେଖା ଦେଇଛି ଏ ନେଇ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ।ଠୀକ ସେ ଭଳି ଜମଲା ଗ୍ରାମ ପଞ୍ଚାୟତ ରେ ମରୁଡ଼ି ଦେଖା ଦେଇଛି ଏନେଇ ଆଜି ଜମଲା ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଦାବି ଗୁଡିକ ହେଲା ମରୁଡ଼ି ଘୋଷଣା କରି କୃଷି ବୀମା ପ୍ରଦାନ କରାଯାଉ। ଚଳିତ ବର୍ଷ ସମସ୍ତ କୃଷିରୁଣ ସମ୍ପୂର୍ଣ୍ଣ ରୂପେ ଛାଡ଼ କରାଯାଉ । ଲୋକଙ୍କ ଜୀବନ ଜୀବିକା ପାଇଁ କର୍ମ ସଂସ୍ଥାନ ଯୋଗାଇ ଦିଆଯାଉ। ମରୁଡ଼ି ପ୍ରପୀଡ଼ିତ ଅଂଚଳରେ ସମସ୍ତ ଚାଷୀଙ୍କୁ ଖାଦ୍ୟ ଶସ୍ଯ ଦିଆଯାଉ। ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ସ୍ୱରୂପ ଗଭୀର ନଳକୂପ ,ଉଠା ଜଳସେଚନ ପ୍ରକଳ୍ପ ଆଦି ବିଭିନ୍ନ ଯୋଜନାରେ ଚାଷୀଙ୍କୁ ପାଣିର ସ୍ଥାୟୀ ପ୍ରତିକାର କରାଯିବା ପାଇଁ ଦାବି ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜମଲା ସରପଞ୍ଚ ତୁଳାରାମ ବେହେରାଙ୍କ ସମେତ ଜମଲା କୃଷକ ସଙ୍ଗଠନ ସଭାପତି ସଦାନନ୍ଦ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଙ୍କଠା ପ୍ରସାଦ ବାଜପେୟୀ,ସର୍ଜନ ସାହୁ, କାର୍ତ୍ତିକ ବଢ଼େଇ, ଗଦାଧର ପ୍ରଧାନ, ପରିତୋଷ ସାହୁ, ସୁନିଲ ସାହୁ, କୁମର ପ୍ରଧାନ, ବୁଦ୍ଧଦେବ ସାହୁ, ପୁରୁଷୋତ୍ତମ ଆମରି,ପିଙ୍କୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault