ହେଡଲାଇନସ୍:

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଇଏସ୍ଏ ସଭାପତି କେ. କ୍ରିଷ୍ଣ ମୂର୍ତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଇଟି ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା

  • ଓଡ଼ିଶାକୁ ଆଇଟି ହବରେ ପରିଣତ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ. କ୍ରିଷ୍ଣ ମୂର୍ତ୍ତି ଏବଂ ଏସ୍ଏଲ୍ଏନ୍ ଟେକ୍ନୋଲୋଜିସ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ଅନୀଲ କୁମାର ମୁନୀସ୍ୱାମୀ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାକ୍ଷାତ ସମୟରେ ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାା ରାଜ୍ୟରେ ଥିବା ଏସ୍ଟିପିଆଇମାନଙ୍କରେ ଥିବା ଆଇଟି ପାର୍କକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧାସୁଯୋଗ, ଆଇଟି ନୀତିର ସରଳୀକରଣ, ନୂଆ ପରିକଳ୍ପନା ଏବଂ ପୁଞ୍ଜିନିବେଶ ଉପରେ ଆଲୋଚନା ହୋଇଥିଲାା ରାଜ୍ୟରେ କୋଭିଡ୍ ପ୍ରକୋପ ବର୍ତ୍ତମାନ କମୁଥିବା ସମୟରେ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଲୋଚନା ରାଜ୍ୟ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛିା ଏହି ଆଲୋଚନା ସମୟରେ ଆଇଟି ବିଭାଗ ଶାସନ ସଚିବ ମନୋଜ ମିଶ୍ରଙ୍କ ସମେତ ଏସ୍ଟିପିଆଇ ନିର୍ଦ୍ଦେଶକ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲୋ
ଏଥି ସହିତ ଆଜି ମନ୍ତ୍ରୀ ଶ୍ରୀ ବେହେରା ୫-"ଟି' ଆଧାରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା କରିଛନ୍ତିା ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟର ବିକାଶକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ ପୂରଣ କରିବା ଦିଗରେ ମନ୍ତ୍ରୀ ଶ୍ରୀ ବେହେରା ନିୟମିତ ସମୀକ୍ଷା କରୁଛନ୍ତିା
ଆଜିର ବୈଠକରେ ଇନ୍ଫୋଭ୍ୟାଲି ଓ ଇନ୍ଫୋସିଟିରେ ଯେଉଁ ଆଇଟି କମ୍ପାନୀ ଅଛନ୍ତି, ସେମାନଙ୍କ ସୁବିଧା-ଅସୁବିଧା ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ବର୍ତ୍ତମାନ ସୁଦ୍ଧା କେତେ କମ୍ପାନୀ ଆସିଲେଣି ଏବଂ ଆଉ କେତେ କମ୍ପାନୀ ଅଣାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲାା ଆଇଟି ବିଭାଗ ଏବଂ ଇଡ୍କୋ ମଧ୍ୟରେ ସମନ୍ୱୟ ରକ୍ଷା ସହ ଆଇଟି କମ୍ପାନୀମାନଙ୍କୁ କିଭଳି ଅଧିକ ସୁବିଧାସୁଯୋଗ ଦିଆଯାଇପାରିବଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ
ଏହି ବୈଠକରେ ଇଡକୋ ସିଜିଏମନ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
ସେହିପରି ଆଜିର କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍. ଭିନିଲକୃଷ୍ଣ , ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା, ରଞ୍ଜିତ ପରିଡ଼ା ଏବଂ ଉପଶାସନ ସଚିବ ମଧୁସୂଦନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ୫-"ଟି' ଆଧାରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲାା

 

0
0
0
s2sdefault