କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ:ରାୟଗଡ ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ କଂସାରିଗୁଡା ଠାରେ ହେବାକୁ ଥିବା ହିଣ୍ଡାଲକୋ ରିଫାଇନାରି ୟୁନିଟ ପ୍ରତିଷ୍ଠା ନେଇ ପୋଡାପାଡି ଗ୍ରାମରେ ଥିବା ଉକôଳମଣି ଗୋପବନ୍ଧୁ ହାଇସ୍କୁଲ ପଡିଆରେ ଜନଶୁଣାଣୀ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀରେ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଯୋଗ ଦେଇ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ଅଂଚଳ ବାସୀଙ୍କ ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଜନଶୁଣାଣୀରେ ରାୟଗଡ ଜିଲ୍ଲାର କାଶୀପୁର, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକ ଅଂଚଳରୁ ବହୁ ସଂଖ୍ୟାରେ ବିସ୍ଥାପିତ ମାନେ ଯୋଗ ଦେଇ ନିଜ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ । କଂସାରି ଗୁଡା ସମେତ ପ୍ରଭାବିତ ୨୨ ଖଣ୍ଡ ଗ୍ରାମବାସୀ ଙ୍କ ଦାବି ପୁରଣ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଆଶାସଞ୍ଚାର ହୋଇଛି।
ସୁଚନା ଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପଡାପାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଂସାରି ଗୁଡା ରେ ଆଲୁମିନା ରିପାଇନାରି କାରଖାନା ନିର୍ମାଣ ନିମନ୍ତେ ୨୦୦୫ ରେ ଆଦିତ୍ୟ ଗ୍ରୃପ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କଂସାରିଗୁଡା ଠାରେ ୩ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ରିଫାଇନାରି ୟୁନିଟ ଓ ୧୫୦ ମେଗା ୱାଟ ବିଶିଷ୍ଟ ନିଜସ୍ୱ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ନେଇ ୨୦୦୫ ମସିହାରେ ଜମି ଅଧିଗ୍ରହଣ କରାଯାଇଥିଲା । ଇଡକୋ ଜରିଆରେ କୋରାପୁଟ ଓ ରାୟଗଡ ଜିଲ୍ଲାରୁ ୧୮୮୬.୨୨ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ହୋଇଥିଲା । ଏଥି ମଧ୍ୟରୁ ରାୟଗଡ ଜିଲ୍ଲାରୁ ୪୭.୫୬ ଏକର ସରକାରୀ ଜମି, ୯୨୦.୨୧ ଏକର ବେସରକାରୀ ଜମି ଥିବା ବେଳେ କୋରାପୁଟ ଜିଲ୍ଲାରୁ ୪୭୮.୩୦ ଏକର ସରକାରୀ ଜମି ଓ ୪୩୯.୪୫ ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇଥିଲା । କମ୍ପାନୀ ପ୍ରତିଷ୍ଠା ନେଇ ୨୦୦୫ ମସିହାରେ ହିଣ୍ଡାଲକୋ ଓଡିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । ୨୦୨୦ ଜାନିଆରି ୯ ତାରିଖରେ ବସିଥିବା ହାଇଲେବଲ କ୍ଲିଅରାନସ ଅଥରିଟି ବୈଠକରେ ବାର୍ଷିକ ୨ ମିଲିୟନ ଟନ ରିଫାଇନାରି ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଥିଲା । ଆଜି ଜିଲ୍ଲା ପ୍ରଶାସନ ରାଜ୍ୟ ପ୍ରଦୂଷଣ ବୋର୍ଡ ଆନୁକୁଲ୍ୟରେ ସ୍ଥାନୀୟ ପଡାପାଢି ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ରିଫାଇନେରି ପ୍ଲାଣ୍ଟ ଓ ୧୫୦ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ପାଇଁ ଜନଶୁଣାଣୀ ଆୟୋଜନ କରାଯାଇଥିଲା।
ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ, ଆୟୋଜିତ ହୋଇଥିବା ଜନଶୁଣାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି । ଆମେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଜନଶୁଣାଣୀରେ ହୋଇଥିବା ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ନେଇ ସରକାରଙ୍କୁ ଅବଗତ କରାଇବୁ । ଓଡିଶା ସରକାର ଲୋକଙ୍କ ମୌଳିକ ସୁବିଧାର ସମାଧାନ ନିଶ୍ଚୟ କରିବେ ଏବଂ ଏଠାରେ ରିଫାଇନାରି ୟୁନିଟ ପ୍ରତିଷ୍ଠା ନେଇ ପ୍ରସ୍ତୁତି କରିବେ ବୋଲି ସେ କହିଥିଲେ । ଓଡିଶା ରାଜ୍ୟ ପ୍ରଦୁଷଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର କହିଥିଲେ ଯେ, ହୋଇଥିବା ଜନଶୁଣାଣୀ ପୂର୍ଣ୍ଣଶାନ୍ତି ଶୃଙ୍ଖଳାର ସହ ହୋଇଛି । ଜନଶୁଣାଣୀରେ ଯୋଗ ଦେବା ପାଇଁ ଆସିଥିବା ବିସ୍ଥାପିତ ଅଂଚଳର ଲୋକେ ବହୁତ ସହେଯାଗ କରିଛନ୍ତି । ହିଣ୍ଡାଲକୋ ରିଫାଇନାରି ୟୁନିଟ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକେ ଶିଘ୍ର ଏଠାରେ କମ୍ପାନୀ ପ୍ରତିଷ୍ଠା ନେଇ ଦାବୀ କରିଥିଲେ ଓ ଏଠାରେ ଉତମ ଚିକିତ୍ସା ନିମନ୍ତେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିବା, ରାସ୍ତା ଘାଟର ଉନ୍ନତି କରିବା, ପାନୀୟ ଜଳର ବ୍ୟବସ୍ଥା କରିବା, ଆଲୋକି କରଣ କରିବା, ହାଇସ୍କଲ ଓ କଲେଜ ପ୍ରତିଷ୍ଠା କରିବା, ବିସ୍ଥାପିତ ଓ ସ୍ଥାନୀୟ ଲୋକଙ୍କୁ କମ୍ପାନୀରେ ଚାକିରୀ ଦେବା ଇତ୍ୟାଦି ନେଇ ଅଭିଯୋଗ କରିଥିଲେ ବୋଲି ସେ କହିଥିଲେ । ତାହା ଖୁବ ଶିଘ୍ର ଏଠାରେ ପ୍ରତିଷ୍ଠା ହେବ ବୋଲି ଦୃଢକ୍ତିର ସହ ପ୍ରକାଶ କରିଥିଲେ । ସେ କହିଥିଲେ ଯେ. ଏଠାରେ ଅତି ଶିଘ୍ର କମ୍ପାନୀର ଏକ କାର୍ଯ୍ୟଳୟ ଖୋଲା ଯିବ । ଏହି ଅଂଚଳର ଯୁବକ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି କମ୍ପାନୀରେ ଚାକିରୀ ଦିଆଯିବ, କୁଶଳୀ ଓ ଅଣକୁଶଳୀ ମାନଙ୍କୁ ବଛା ଯାଇ ଯୋଗ୍ୟତା ଅନୁସାରେ ଚାକିରୀ ପ୍ରଦାନ କରିବା ନେଇ ପ୍ରତିଶୃତି ଦେଇଥିଲେ । ଏହି କମ୍ପାନୀ ପ୍ରତିଷ୍ଠା ଦ୍ୱାରା କମ୍ପାନୀରେ ୪୫୦୦ ଜଣ କର୍ମଚାରୀ ନିଯୁକ୍ତି ପାଇବେ ବୋଲି କହିଥିଲେ ।
ଆୟୋଜିତ ହୋଇଥିବା ଜନଶୁଣାଣୀରେ ବିସ୍ଥାପିତ ଲୋକେ ଖୁସୀ ବ୍ୟକ୍ତ କରିଥିଲେ । ଉକ୍ତ ଜନଶୁଣାଣୀ ଉତ୍କଳ ଆଲୁମିନା ର ଉପଦେଷ୍ଟା ସୂର୍ଯ୍ୟକାନ୍ତ ମିଶ୍ର ପରିଚାଳନା କରିଥିଲେ। ଉକ୍ତ ଜନଶୁଣାଣୀ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ୧୨ଟି ସ୍ଥାନରେ ଚେକ ପୋଷ୍ଟ ଏବଂ ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ମାଜିଷ୍ଟ୍ରେଟ ଜରିଆରେ ପୁଲିସ ୨୦ ଜଣଙ୍କୁ ୧୦୭ ସିଆରପିସି ନୋଟିସ ଜାରି କରିଥିଲା । ଏ ନେଇ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଡିଏସପି, ୮ ଜଣ ଆଇଆଇସି, ୧୭ ଜଣ ଏସଆଇ, ୧୯ ଜଣ ଏଏସଆଇ ଓ ଯବାନ ମାନେ ଶାନ୍ତୀଶୃଙ୍ଗଳା ରକ୍ଷା କରିବା ପାଇଁ ନିୟୋଜିତ ହୋଇଥିଲେ । ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକା ନନ୍ଦ ଶର୍ମା ଉପସ୍ଥିତ ରହି ଆଇନ ଶୃଙ୍ଗଳାର ତଦାରଖ କରିଥିଲେ ।