ହେଡଲାଇନସ୍:

ବିଭିନ୍ନ ସମସ୍ୟା କୁ ନେଇ ପ୍ରଶାସନ କୁ ସାମ୍ବାଦିକ ସଙ୍ଘର କଡା ଚେତାବନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାମ୍ବାଦିକ ସଙ୍ଘ ସପକ୍ଷରେ ନାଗରିକ କମିଟି ଓ ବଣିକ ସଙ୍ଘ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱରେ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡା କୁ ସଂଯୋଗ କରୁଥିବା ରାଜ୍ୟ ସରକାର ଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ ମଧ୍ୟ ଦେଇ ଯାଇଛି । ଏଥିରେ ତିଲେମାତ୍ରା ସନ୍ଦେହ ନାହିଁ ଯେ ଏହି ରାସ୍ତା ହେବା ଦ୍ୱାରା ଅଞ୍ଚଳ ବାସୀଙ୍କର ଅନେକ ସୁବିଧା ହେବା ସହିତ ଲୋକଙ୍କର ଆର୍ଥିକ ବିକାଶ ମଧ୍ୟ ହେବ । କିନ୍ତୁ ପୁର୍ତ୍ତ ବିଭାଗର ଅଧିକାରୀ ମାନଙ୍କର ଅବହେଲା ଓ ଅପାରଗତା କାରଣରୁ ଏହି ବିଜୁ ଏକ୍ସପ୍ରେସ ୱେ ର ସାଲେପଲି ଠାରୁ ମିଠାପାଳି ପର୍ଯନ୍ତ ରାସ୍ତା ଲୋକଙ୍କ ପାଇଁ ମରଣ ଯନ୍ତା ପଲଟିଛି । ମୁଖ୍ୟତଃ ପାଇକମାଲ ଭାଟି ଛକ ପଖରୁ ସପ୍ତହିକ ବଜାର ମଧ୍ୟରେ ବିଗତ କିଛି ଦିନ ଭିତରେ ଅନେକ ଦୁର୍ଘଟଣା ଘଟି ତିନିଗୋଟି ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି । ପାଇକମାଲ ର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମାନଙ୍କର ଦ୍ୱାରା ବାରମ୍ବାର ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ଏହି ବାବଦରେ ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ ସମ୍ପୂର୍ଣ୍ଣ ନିରବ । ପ୍ରତେକ ଦିନ ଏହି ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଆସୁଛି ।
ଆଜି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ସଥପଥୀ ଙ୍କର ଅଧ୍ୟକ୍ଷତାରେ ଏକ ବୈଠକ ରେ ସାମ୍ବାଦିକ ସୁରଥ ସାହୁ , ଗୌରାଙ୍ଗ ଦାସ , ମାନସ ନାୟକ, କୁଞ୍ଜ ବିହାରୀ ସାହୁ , ନିରୋଜ ପାଣି , ଧୀରେନ ମହାନ୍ତି , ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ପ୍ରମୁଖ ଯୋଗଦାନ କରି , ରାସ୍ତାରେ ପ୍ରତ୍ୟେକ ଦିନ ହେଉଥିବା ଦୁର୍ଘଟଣା ବାବଦରେ ଓ ପାଇକମାଲ ମୁଖ୍ୟ ରାସ୍ତା ର ସ୍ୱଚ୍ଛତା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଆସନ୍ତା କାଲି ପୁର୍ତ୍ତ ବିଭାଗ ର ଅଧିକାରୀ ମାନଙ୍କ ଓ ଜିଲ୍ଲା ପ୍ରଶାସନ କୁ ମୁଖ୍ୟ ରାସ୍ତାରେ ଡିଭାଇଡର ନିର୍ମାଣ ପାଇଁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମୟ ସୀମା ଭିତରେ ଯଦି କାର୍ଯ ଆରମ୍ଭ ନ ହୁଏ ତେବେ ସାମ୍ବାଦିକ ମାନେ 25 ତାରିଖ ସକାଳୁ ପାଇକମାଲ ମୁଖ୍ୟ ଛକରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏହା ପାଇକମାଲ ମୁଖ୍ୟ ରାସ୍ତା ର ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଦୋକାନି ମାନଙ୍କୁ କୁହାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଇକମାଲ ବାସୀଙ୍କର ସୁରକ୍ଷା ପାଇଁ ସାମ୍ବାଦିକ ବନ୍ଧୁ ମାନଙ୍କର ଉଦ୍ୟମକୁ ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ ତ୍ରିବେଦୀ ପ୍ରଶଂସା କରିବା ସହିତ ଜନହିତ ପାଇଁ ସାମ୍ବାଦିକ ସଂଘର ପ୍ରତ୍ୟେକ ପଦକ୍ଷେପ କୁ ପୂର୍ଣ ସମ୍ମର୍ଥନ କରିବେ ବୋଲି କହିଛନ୍ତି । ସେହିଭଳି ସ୍ୱଚ୍ଛତା ରହିଲେ ବଜାରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ । ନିଜର ଦୋକାନ ଓ ଆଖ ପାଖର ସଫେଇ ଦୋକାନୀ ଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ବଣିକ ସଙ୍ଘର ସଭାପତି ମତ ବ୍ୟକ୍ତ କରିଛନ୍ତି । ସାମ୍ବାଦିକ ବନ୍ଧୁ ମାନଙ୍କର ଦାବି ସମ୍ପୂର୍ଣ୍ଣ ଭାବରେ ଯଥାର୍ଥ । ବଣିକ ସଙ୍ଘ ସାମ୍ବାଦିକ ମାନଙ୍କର ଆନ୍ଦୋଳନ କୁ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରିବ ବୋଲି କହିଛନ୍ତି ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ।

0
0
0
s2sdefault