ହେଡଲାଇନସ୍:

ପଦ୍ମପୁର ଗୋରୁ ବଜାରରେ ଚାଲିଛି ଚାନ୍ଦା ମଗା, ପୋଲିସ ବାବୁଙ୍କ ଭାଗଥିବା ନେଇ ଚର୍ଚ୍ଚା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଚାଷୀମାନେ ଧାନ ପନିପରିବା ବ୍ୟତୀତ ଗାଈ ଛେଲି ମେଣ୍ଢା ଆଦି ପାଳନ କରିଥାନ୍ତି । ଧାନ,ପନିପରିବା ପରି ଗାଈ,ବଳଦ, ଛେଲି,ମେଣ୍ଢା ବିକ୍ରି କରିବା ପାଇଁ ସରକାର ବଜାର ବ୍ୟବସ୍ଥା କରିଛନ୍ତି । ପଦ୍ମପୁର ସହରର ଗୋରୁ ବଜାର ଠାରେ ଚାଷୀମାନେ ଛେଲି ମେଣ୍ଢା କ୍ରୟ ବିକ୍ରୟ କରିଥାନ୍ତି ଏବଂ ନିୟମ ମୁତାବକ ବଜାରର ଟିକସ ପଇଠ କରିଥାନ୍ତି । ପଦ୍ମପୁର ଗୋରୁ ବଜାରରେ ଦିନକୁ ଦିନ ଚାଷୀଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । କ୍ରୟ ବିକ୍ରୟର ଟିକସ ବ୍ୟତୀତ ଚାନ୍ଦା ବାବଦକୁ ୫୦୦ ଟଙ୍କା ଲେଖାଏଁ ମଗା ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବଜାର ଟିକସ ପଇଠ କେନ୍ଦ୍ର ଠାରେ ଜଣେ ଖାକି ବର୍ଦି ପିନ୍ଧା ପୋଲିସ ବାବୁ ବସୁଛନ୍ତି ସେ ମଧ୍ୟ ଚାନ୍ଦାରୁ ତାଙ୍କ ଭାଗ ନେଉଥିବା ଅଭିଯୋଗ ହେଉଛି । ଚାଷୀ ବିକ୍ରି କରି ପରିବାର ପୋଷଣ ପାଇଁ ଆସୁଥିବା ବେଳେ ଏଠି ଚାନ୍ଦା ଆଳରେ ଲୁଣ୍ଟନ ହେଉଥିବା ଦେଖିବାକୁ ମିଲୁଛି । ପୋଲିସ ବାବୁଙ୍କ ଉପସ୍ଥିତିରେ ଚାନ୍ଦା ଆଦାୟ ଓ ଏଥିରେ ପୋଲିସ ବାବୁ ନିଜେ ସମ୍ପୄକ୍ତ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏ ବିଷୟରେ ପଦ୍ମପୁର ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି ।

0
0
0
s2sdefault