ହେଡଲାଇନସ୍:

ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୨୪ / ୦୧ /୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ପକ୍ଷରୁ ଆଜି ନବରଙ୍ଗପୁର ମିସନ ଶକ୍ତି ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠୀତ ଏହି ସମାବେଶରେ ପାରମ୍ଭରେ ୱାନଷ୍ଟପ ସେଣ୍ଟର ନିର୍ଦେଶକ ସୁଧୀର କୁମାର ସାବତ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଲେଯେ ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହା ୨୦୦୮ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଶିଶୁ କନ୍ୟା ଦିବସ ଆରମ୍ଭ କରାଯାଇଥିଲା। ଏହି ଦିନ ବାଳିକାମାନଙ୍କ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି ବର୍ଷର ଜାତୀୟ ଶିଶୁ କନ୍ୟା ଦିବସର ଥିମ୍ ହେଉଛି- "ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅ ମାନଙ୍କୁ ସଶକ୍ତ କରିବା" । ନିଜର ବକ୍ତବ୍ୟ ରେ ଜିଲ୍ଲାପାଳ ଡଃ ମହାପାତ୍ରଙ୍କ କୌଣସି ଦିବସକୁ ପାଳନ କରିବା ଓ ତାହାର ଉଦେଶ୍ୟ ଏବଂ ଗୁରୁତ୍ତ୍ୱକୁ ଅନୁଭବ କରି ଆମ ବ୍ୟବହାରରେ ପରିବର୍ତ୍ତନ ଆଣିବା ଏହି ଦୁଇଟି କଥାରେ ପାର୍ଥକ୍ୟ ଅନେକ I ଝିଅ ମାନଙ୍କ ପ୍ରଗତି ପାଇଁ ହେଉଥିବା ସମସ୍ତ ପ୍ରଚେଷ୍ଟାର ସଫଳ ରୂପାୟନ ସେତେବେଳେ ହେଇପାରିବ ଯେତେବେଳେ ଆମେ ମାନସିକ ସ୍ତରରେ ଝିଅମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ପ୍ରସ୍ତୁତ ହେବା | ତାଙ୍କ ପାଇଁ ତାଙ୍କୁ ସୁହାଉଥିଲା ଭଳି ପରିବେଶ ଟିଏ ସୃଷ୍ଟି କରିବା ଏବଂ ସ୍ୱାଧୀନ ଭାବରେ ଚିନ୍ତା କରି ନିଜର ନିଷ୍ପତି ନିଜେ ନେବାପାଇଁ ସେମାନଙ୍କୁ ସୁଯୋଗ ଦେବା | ଏହି ଦିଗରେ ଆମେ ସମସ୍ତେ ଆଜି ନିତ୍ୟାନ୍ତ ଭାବରେ ଚିନ୍ତନ କରିବାର ଆବଶ୍ୟକତା ରହିଛି | ଅନ୍ଯତମ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର କହିଲେଯେ ବାଳିକାମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଯୋଜନା ମାନ ପ୍ରସ୍ତୁତ କରିଆସୁଅଛନ୍ତି | ସେହି ଯୋଜନାମାନଙ୍କ ମଧ୍ୟରୁ ବେଟି ବଚାଓ ବେଟି ପଢ଼ାଓ , ବିଜୁ କନ୍ଯା ରତ୍ନ ଯୋଜନା, ସବଳା, କିଶୋରୀ ଶକ୍ତି ଯୋଜନା ଇତ୍ୟାଦି ଅନ୍ୟତମ | ଏହି ଯୋଜନା ଗୁଡିକର ପ୍ରାୟ ଉଦେଶ୍ୟ ଝିଅ ଜନ୍ମକୁ ବଢେଇବା , ଯାହାର ଫଳସରୂପ ସେମାନେ ନିଜର ଉନ୍ନତି କରିବା ସହିତ ଦେଶ ପ୍ରଗତିରେ ସହାୟକ ହେବେ |
ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ଜିଲ୍ଳାପରିଷଦ ମୁଖ୍ୟଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନ , ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ମନୋରମା ମାଝି ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, କାଉନସେଲର ଶର୍ମୀଷ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ , ଶିଶୁ ମଙ୍ଗଳ କମିଟିର ସଭ୍ଯ ସନ୍ତୋଷ କୁମାର ଷଢଙ୍ଗି ,ନାର୍ସିଂ ମହାବିଦ୍ୟାଳୟର ଅଧକ୍ଷ୍ୟା ଅନିତା ବ୍ରହ୍ମା ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , କିଶୋରୀ ପଟ୍ଟନାୟକ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ।ଶେଷରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥବା ୬ ଜଣ କିଶୋରୀ ମାନଙ୍କୁ ଉପଢକନ ଏବଂ ମାନପତ୍ର ଦେଇ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ଶେଷରେ ୱାନଷ୍ଟପ ସେଣ୍ଟର ପରିଚାଳିକା ରଞ୍ଜିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault