ହେଡଲାଇନସ୍:

ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜନସାଧାରଣ ହିତ ନିମନ୍ତେ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୃଦୃଢ଼ କରିବା ପାଇଁ ସର୍ବ ପ୍ରଥମେ ମୋ ସରକାର୫ଟି ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସଂଯୋଗ କରଣ କରିଥିବା ବେଳେ କିଛି ଦିନ ତଳେ ଗରିବ ନିରୀହ ଶ୍ରେଣୀର ଲୋକଙ୍କ ଉତ୍ତମ ସେବା ନିମନ୍ତେ ହଜାର ସଂଖ୍ୟାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ଘଟଣା ସୁନ୍ଦରଗଡ ଜିଲ୍ଲାର ଜନସାଧାରଣ ଙ୍କ ଉପରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦେଖିଲେ ଅଭିଶାପ ସଦୃଶ୍ୟ ଦୃଷ୍ଟିମାନ ହେବ ସ୍ୱାଭାବିକ | ଗୋଟିଏ ପକ୍ଷରେ ରାଜ୍ୟର କୌଣସି ଗରିବ ନିରୀହ ଶ୍ରେଣୀର ବ୍ୟକ୍ତି ବ୍ଲଡ଼ ସମ୍ପକିୟ ଘଟଣା ଜନିତରୁ ମୃତ୍ୟୁ ବରଣ ନହେଉ ତାହାପାଇଁ ଅନେକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ବିଭିନ୍ନ ଗଣମାଧ୍ୟମ ପତ୍ରିକାରେ ବାଃ ବାଃ ନେବା ଜିଲ୍ଲାରେ ଧୂଆଁବାଣ ରୂପେ ପରିଣତ ହୋଇଛି | ସୂଚନା ମୁତାବକ ଗତ ୨୮ ତାରିଖ ଦିନ ଡେଙ୍ଗିଭାଡ଼ି ଅଞ୍ଚଳର ମନିତ ମୁଣ୍ଡା ୫୦ବ୍ୟକ୍ତି ଜଣକ କୌଣସି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଘଟଣା ଯୋଗୁଁ ସୁନ୍ଦରଗଡ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେବାପାଇଁ ଆସିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ି ବାରୁ ତାଙ୍କୁ ମେଡିକାଲ ପକ୍ଷରୁ କୌଣସି ଦୃଷ୍ଟି ଦିଆନଯିବା ଫଳରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ପ୍ରାପ୍ତ ସୂଚନା ରୁ ଯାହା ଜଣାପଡିଛି ତାଙ୍କର ହିମୋଗ୍ଲୋବିନ କମ ରହିଥିଲା କିନ୍ତୁ ତାଙ୍କୁ ମେଡ଼ିକାଲ ପକ୍ଷରୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରୁଥିବା ସଂଗଠନ ପକ୍ଷରୁ ବ୍ଲଡ଼ ଯୋଗାଇ ଦିଆ ଯାଇନଥିଲା ହେଲେ ଆଜି କୌଣସି ସହୃଦୟ ବ୍ୟକ୍ତି ବ୍ଲଡ଼ ଯୋଗାଇବା ପରେ ତାଙ୍କୁ ବ୍ଲଡ଼ ଦିଆଯାଇଥିଲା ଏବଂ ମେଡ଼ିକାଲ ପକ୍ଷରୁ ଗୁରୁତର ହେବାପରେ ଖାଲି ଅକ୍ସଇଜେନ ସିଲିଣ୍ଡର ଲଗାଇ ଦିଆଯାଇଥିବା ବେଳେ ପେସେଣ୍ଟଙ୍କ ଅବସ୍ଥା ଗୁରୁତର ଥିବା ସ୍ଵତ୍ପେ କୌଣସି ଡାକ୍ତର ଉପସ୍ଥିତ ନଥିବା ତତ ସହିତ ଏତେ ମାତ୍ରାରେ ନର୍ସ ,ନର୍ସିଂ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସତ୍ତ୍ୱେ ଡିଉଟିରେ ଥିବା ଡାକ୍ତର ମାନଙ୍କୁ ଘଟଣା ସମ୍ପର୍କରେ ଅବଗତ ନକରାଇବା ମୋ ସରକାର ୫ଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଦୁର୍ଭାଗ୍ୟ ଜନକ ବୋଲି ଘଟଣା ବୋଲି ସାଧାରଣରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଛି | ଅପରପକ୍ଷରେ ଘଟଣା ସମ୍ପର୍କରେ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସରୋଜ କୁମାର ମିଶ୍ର ଙ୍କୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ସେ ତୁରନ୍ତ ହସ୍ତକ୍ଷେପ କରି ଡାକ୍ତର ଙ୍କୁ ଅବଗତ କରାଇବା ପରେ ପେସେଣ୍ଟଙ୍କ ପାଖରେ ପହଞ୍ଚି ମୃତ୍ୟୁ ବରଣ ହୋଇଛି ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି | ପେସେଣ୍ଟ ପାଖରେ ପହଞ୍ଚି ଥିବା ଡ଼ ଅତିଥି ପଟ୍ଟନାୟକ ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ପେସେଣ୍ଟ ର ମୃତ୍ୟୁ ହୋଇଛି ହେଲେ ମାଡ଼ମ ଓଲଟା କହିଛନ୍ତି ଯେ ପେସେଣ୍ଟ ପକ୍ଷରୁ ଆମକୁ କାହିଁକି ଜଣାଗଲା ନାହିଁ ଯେ ପେସେଣ୍ଟ ଗୁରୁତର ଅଛି ବୋଲି ଆମକୁ ଡାକିବା କଥା ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଡାକ୍ତର ମାନେ ଡିଉଟି କରୁଛନ୍ତି ନା ଖାଲି ଆଉଟ ଡୋର ରେବସି ମୋଟା ଅଙ୍କର ପ୍ରାପ୍ୟ ନେଉଛନ୍ତି | ଅପରପକ୍ଷରେ ଡା ଜଣକ ସିଡ଼ିଏମ୍ଓଙ୍କୁ ଅବଗତ କରାଇବା ଘଟଣାରେ ଥମଥମ ହୋଇ ଗରମ ଦେଖେଇଲା ଭଳି କଥାବାର୍ତା କରି ସିଡ଼ିଏମଓ ଙ୍କୁ କହିଲେ କଣଟା ହେବ ବୋଲି ସାଧାରଣ ରେ ତାଉରେ କଥାବାର୍ତ୍ତା କରିବା ଜଣେ ଡାକ୍ତରଙ୍କ ପ୍ରତି ଏହି ପ୍ରକାର ଆଚରଣ ଶୋଭନୀୟ ନୁହେଁ ବୋଲି ଜିଲ୍ଲାର ଜନସାଧାରଣ ଅଭିଯୋଗ କରିଛନ୍ତି | ସମସ୍ତ ଘଟଣା ସମ୍ପର୍କରେ ସିଡ଼ିଏମ୍ଓ କହିଛନ୍ତି ଏଡିଏମଓଙ୍କୁ କହୁଛି ତଦନ୍ତ କରି ସେହି ସମୟରେ ଡିଉଟି କରୁଥିବା ସମୟ ଡାକ୍ତର ଏବଂ ନର୍ସ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି |

0
0
0
s2sdefault