ବିଶାଖାପାଟଣା (ଶାସକ ପ୍ରଶାସକ) : କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଗତକାଲି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନ କୁ ଯାତ୍ରା କରିଛି | ପୂର୍ବ ତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଡିଆରଏମ ଅନୁପ ଶତପଥୀ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ |
ପୂର୍ବ ତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଅଛି | ଏହି ଟ୍ରେନରେ 10 ଟି ପାର୍ସଲ୍ ଭ୍ୟାନ୍ କୋଚ୍ ଯାହାକି ପ୍ରତ୍ୟେକରେ 23 ଟନ୍ ପିଆଜ ଏବଂ ଦୁଇଟି ଦ୍ଵିତୀୟ ଶ୍ରେଣୀ ଓ ଲଗେଜ୍ କୋଚ୍ ଅଛି ଯାହାର ପରିବହନ କ୍ଷମତା ପ୍ରତ୍ୟକ 8 ଟନ୍ ଅଛି | ଏହି ପାଇଲଟ ପ୍ରୋଜେକ୍ଟ ରେ ବିଶାଖାପାଟନମ୍ ରୁ 246 ଟନ୍ ପିଆଜ ବିହାରର ପୁର୍ନିଆ ଜିଲ୍ଲାର ଜଲାଲଗଡ଼କୁ ନିଆଯାଇଅଛି |
ୱାଲଟିୟର ରେଳ ମଣ୍ଡଳର ବ୍ୟବସାୟ ବିକାଶ ୟୁନିଟ୍ ଏହି ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ଅଛି ଯେଉଁଠାରେ କୃଷକମାନେ ସୁରକ୍ଷିତ ଏବଂ ଦ୍ରୁତ ଗତିରେ ପିଆଜ ପରିବହନରେ ଅସୁବିଧାର ସମ୍ମୁଖୀନକୁ ଏଡାଇପାରିବେ | ଏହି ଅଞ୍ଚଳ ତଥା ନିକଟବର୍ତ୍ତୀ ଅଞ୍ଚଳର ପିଆଜ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଟ୍ରେନରେ ଲୋଡ୍ କରିଛନ୍ତି |ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ଏହା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ପିଆଜ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ସର୍ବନିମ୍ନ ସମୟରେ ପରିବହନ କରିପାରିବେ | ଏହି ପାର୍ସଲ ଭ୍ୟାନ ମଧ୍ୟ ପିଆଜକୁ ବର୍ଷା ଠାରୁ ରକ୍ଷା କରିବ |
ଏହି ଟ୍ରେନ୍ ପିଆଜ ଚାଷୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ | ଏହାର ପରୀକ୍ଷା ଚାଲିବା ପରେ, କୃଷକ, ବ୍ୟବସାୟୀ ଏବଂ ରେଳ ଅଧିକାରୀଙ୍କ ସହ ଉଚିତ ଆଲୋଚନା ପରେ ପରିବହନରେ ସଂଶୋଧନ କରାଯିବାକୁ ପ୍ରୟାସ କରାଯିବ ଏବଂ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ |
ରାଜ୍ୟ
ବିଶାଖାପାଟଣା ଷ୍ଟେସନ ଠାରୁ ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ |
- Hits: 494








