ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁଙ୍କ ସ୍ମୃତିରେ ରକ୍ତ ଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁ ଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର କରି ଜାତୀୟ ରକ୍ତ ଦାନ ଦିବସ ପାଳନ କଲା ନିଷ୍ଠା ପରିବାର। ଏଥିରେ ମୁଖ୍ୟ ଅତିଥି ଭାବରେ ପାର୍ବତୀ ଗିରି ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ,ତାଙ୍କ ପତ୍ନୀ ଓ ତାଙ୍କ ପୁଅ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତ ଦାତା ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିରରେ
ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ଅରିନ୍ଦମ ଦାଶ ଓ ସୀତାରାମ ମୁର୍ମୁ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସଂଗୃହୀତ ରକ୍ତ କୁ ତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା
। ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ ଓ ତାଙ୍କ ପୁରା ପରିବାର କୁ ସମାଜ ସେବା ପାଇଁ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପୋରୋକ୍ତ କାର୍ଯ୍ୟକ୍ରମ ରେ ଓ ବରିଷ୍ଠ ସାମ୍ବାଦିକ ଦୀପକ ଶର୍ମା, ବିଶିଷ୍ଟ ଶିକ୍ଷାବିତ୍ ଡ.ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଲେ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାସୁନ୍ଦର ସାହୁ, ମଦନ ମୋହନ ଦାସ ଓ ଆଶିଷ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault