ହେଡଲାଇନସ୍:

‘ମୋ ଖତ’ କାର୍ଯ୍ୟକ୍ରମକୁ ଏଏମ୍/ଏନ୍ଏସ୍ ଇଣ୍ଡିଆର ସହଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ \ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା “ମୋ ଖତ” କାର୍ଯ୍ୟକ୍ରମକୁ ଆର୍ସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ), ଓଡିଶା ଅପରେସନ ନିଜର ସହଯୋଗର ହାତ ବଢାଇଛି । ଏହି କ୍ରମରେ ପାରାଦ୍ୱୀପ ମ୍ୟୁନିସିପାଲିଟିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରି ଏଏମ୍/ଏନ୍ଏସ୍ ଇଣ୍ଡିଆ ୫ଟନ୍ ଅର୍ଗାନିକ୍ ଖତ କ୍ରୟ କରିଛି ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ ଆଡମିନିଷ୍ଟ୍ରେସନ ଓ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ ବିଭାଗ ମୁଖ୍ୟ ପି କେ ମହାନ୍ତି, ପାରାଦ୍ୱୀପ ମ୍ୟୁନିସିପାଲିଟିର ଏକଜେକ୍ୟୁଟିଭ ଅଫିସର ସୌରିନ୍ଦ୍ର୍ର କୁମାର ରାଉତରାୟଙ୍କୁ ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ଏଡିଏମ୍ ପାରାଦ୍ୱୀପ ଡଃ କାହ୍ନୁଚରଣ ଧିର ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଉଚ୍ଚପଦସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ, ଓଡିଶା ଅପରେସନ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶ କହିଛନ୍ତି, “ମୋ ଖତ” କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆଭିମୁଖ୍ୟ ଖୁବ୍ ଭଲ | ଯେଉଁଠାରେ ୨୦୦୦ରୁ ଅଧିକ ମିଶନ ଶକ୍ତି ମହିଳା ଏସ୍ଏଚଜି ସ୍ଥାନୀୟ ଯୁବଗୋଷ୍ଠୀ ଇତ୍ୟାଦି ଯୋଗ ଦେଇ ଖତ ପ୍ରସ୍ତୁତିରେ ଲାଗିଛନ୍ତି । ଏକ ସମାଜିକ ଦାୟିତ୍ୱ ସଂପୂର୍ଣ୍ଣ ସଂସ୍ଥା ହିସାବରେ ଆମେ ସମାଜ ସହ ଆଗେଇ ଯିବାରେ ବିଶ୍ୱାସ କରୁ ଏବଂ ଏହିଭଳି କାର୍ଯ୍ୟକ୍ରମକୁ ସମର୍ଥନ କରୁ ।
ପାରାଦ୍ୱୀପ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ ଏହି ସହଯୋଗ ନିମନ୍ତେ ଧନ୍ୟବାଦ ପ୍ରଦାନ କରି କହିଲେ, ଏହା ଫଳରେ ‘ମୋ ଖତ’ କାର୍ଯ୍ୟକ୍ରମକୁ ଆବଶ୍ୟକ ସହଯୋଗ ପ୍ରଦାନ କରୁଛି ଯାହାଫଳରେ ସ୍ଥାନୀୟ ଯୁବଗୋଷ୍ଠୀ ରୋଜଗାରର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପି.କେ ମହାନ୍ତି ।

0
0
0
s2sdefault