ହେଡଲାଇନସ୍:

"ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିରଞ୍ଜନଙ୍କୁ ପ୍ରତିଶ୍ରୁତି ଦେଲେ ଝାଡ଼ଖଣ୍ଡର ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା |

ଝାରଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ଆଲାମଗିର ଆଲାମ |
ଝାରଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ଉଚ୍ଛେଦ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଫୋନରେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଦଳ ନେତା ତଥା ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମ ସହ ଆଲୋଚନା କରିଛନ୍ତି | ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ଉଛେଦ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଆଲୋଚନାରେ ମନ୍ତ୍ରୀ କହିଛନ୍ତି ଯେ ଝାଡ଼ଖଣ୍ଡରେ ଅନ୍ୟଭାଷାର ଉଚ୍ଛେଦ ନେଇ ଆଲୋଚନା ହେଇଛି | କିନ୍ତୁ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଦଳ ନେତା ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault