ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ଼ା ଜିଲ୍ଲା ଗୁଣପୁର ରାୟଗଡ଼ା ଜିଲ୍ଲା ସ୍ବାଭିମାନ ମଞ୍ଚର ଅନୁରୋଧକୁ ରକ୍ଷା କରି ଭୁବନେଶ୍ବର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା (ବିଜେପି) ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଅକ୍ଟୋବର ମାସ ୪ ଓ ୫ ତାରିଖ ଦୁଇଦିନ ଗୁଣପୁର ଆସିବା ପାଇଁ ସ୍ବୀକୃତୀ ପ୍ରଦାନ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀ ରେ ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ର ସଭାପତି ମନୋରଞ୍ଜନ ରଥ ଆବାହକ ପ୍ରମୋଦ କୁମାର ସାହୁ, ଆମ ପରିବାର ର ରାଜ୍ୟ ଆବାହକ ଜୀବନ ସାହୁ, ନିକୁଞ୍ଜ ପଟନାୟକ ମନ୍ମଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଥିଲେ ।ଏହି ସମୟରେ ଶ୍ରୀମତୀ ଷଡଙ୍ଗୀ ଏହି ଅଞ୍ଚଳର ବିଭିନ୍ନ ସମସ୍ୟା, ଦାବୀ ଉପରେ ଅଞ୍ଚଳର ବୁଦ୍ଧିଜୀବିଙ୍କ ସହ ଆଲୋଚନା କରିବେ ।
ଏହି ଅଞ୍ଚଳର ମୁଖ୍ୟ ୫ଟି ସମସ୍ୟା ଉପରେ ଆଲୋଚନା କରିବା ସହ କିଭଳି ଏହାର ସମାଧାନ ହୋଇପାରିବ ତାଉପରେ ବିଶେଷ ତଥ୍ୟ ପ୍ରଦାନ କରିବେ । ସମସ୍ୟା ଗୁଡ଼ିକ ହେଲା୧) ଗୁଣପୁର- ଥେରୁବାଲି ରେଳ ସଂଯୋଗୀକରଣ । ୨) ଗୁଡ଼ାରୀ ପାଣିଡଙ୍ଗରରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ । ୩ ) ଗୁଣପୁର ସଦର ଚିକିତ୍ସାଳୟକୁ ସ୍ଥାୟୀ ଡ଼ାକ୍ତର ଓ ଉନ୍ନତମାନର ଆନୁସାଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମୀର ବ୍ୟବସ୍ଥା ।୪) ଅଘୋଷିତ ବିଦ୍ୟୁଟଓ ବିଦ୍ୟୁତ୍ ଦର ବୃଦ୍ଧି ।୫) ଉକୁମ୍ବା- ଟିକରପଡ଼ା ସ୍ଥିତ ଉଡ଼ାଜାହାଜ ପଡ଼ିଆର ଉନ୍ନତି କରଣ ଓ ପୁନ: ଚଳାଚଳ କ୍ଷମ। ରାୟଗଡ଼ା ଜିଲ୍ଲା ସ୍ବାଭିମାନ ମଞ୍ଚ ତରଫରୁ ଦିଆଯାଇଥିବା ଗୁଣପୁରର ୫ଟି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।