ପୁଅମାନଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ମାନେ ପାଳିଲେ ପୁଅଜିଉଁନ୍ତିଆ ପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର(ନିର୍ମଳ ଅଗ୍ରୱାଲ): ପଶ୍ଚିମ ଓଡ଼ିଶାରେ ଅନେକ ପର୍ବ ପର୍ବାଣୀ ପାଳିତ ହୋଇଥାଏ l ବାର ମାସରେ ତେର ପର୍ବ ମଧ୍ୟରୁ ପୁଅଜିଉଁନ୍ତିଆ ଅନ୍ୟତମ l ପୁଅଜିଉଁନ୍ତିଆ କେବଳ ପୁଅମାନଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରି ମା ମାନେ ଏହି ବ୍ରତ ବା ଓଷା କରିଥାନ୍ତି l ଏହି ଓଷା ନିର୍ଜଳା ଉପବାସ l ପାଣି ମଧ୍ୟ ଗ୍ରହଣ କରନ୍ତି ନାହିଁ l ଏହି ଦିନ ସକାଳୁ ମା ମାନେ ବିଭିନ୍ନ ପ୍ରକାର ଫୁଲ, ଫଳ, ଦୁବ ସଂଗ୍ରହ କରିଥାନ୍ତି l 108 ଦୁବ ଓ ଅରୁଆ ଚାଉଳ ଗଣି ଏକାଠି ରଖିଥାନ୍ତି l ଯେଉଁ ମା ର ଯେତିକି ପୁଅ ସିଏ ସେତିକି 108 ଦୁବ ଓ ଅରୁଆ ଚାଉଳ ଗଣି ରଖିଥାନ୍ତି l ସନ୍ଧ୍ୟା ସମୟରେ ଗାଁ ପୋଖରୀ କିମ୍ବା ନଦୀ ତୁଠ କୁ ଯାଇ ସ୍ନାନ କରି ଆସିବା ପରେ ଗାଁ ର ମଧ୍ୟ ଭାଗରେ ମା ମାନେ ଏକତ୍ରିତ ହୋଇ ନିଷ୍ଠା ର ସହ ଏହି ଓଷା ବ୍ରତ କରିଥାନ୍ତି l ଏହି ପୂଜାରେ ବିଭିନ୍ନ ପ୍ରକାର ଫଳ, ମୂଳ ଯଥା କାକୁଡି, ଭେଣ୍ଡି, କଦଳୀ, କରମଙ୍ଗା, କନ୍ଦମୂଳ, ଆଖୁ, ଗଜା ମୁଗ ଇତ୍ୟାଦି ଲାଗିଥାଏ l ବିଭିନ୍ନ ରଙ୍ଗ ବେରଙ୍ଗ ରେ ପ୍ରସ୍ତୁତ ହୋଇ ଥିବା ଜିଉଁନ୍ତିଆ ପୂଜା ରେ ଲାଗିକରାଯାଇଥାଏ l 108 ଦୁବ ଓ ଅରୁଆ ଚାଉଳ ସହ କଷି କାକୁଡି କୁ ଏକ ଶାଳ ପତ୍ର ରେ ତିଆରି ହୋଇଥିବା ଦୋନା ( ଦନା ) ରେ ଜିଉଁନ୍ତିଆ କୁ ବାନ୍ଧି ପୂଜାରେ ଲାଗି କରାଯାଇଥାଏ l ମା ମାନଙ୍କର ଯେତିକି ପୁଅ ସେତିକି ଅଲଗା ଅଲଗା ଏସବୁ କରାଯାଇଥାଏ l ଏହି ପୂଜାରେ ବ୍ରାହ୍ମଣ ଦୂତୀ ବାହାନଙ୍କ ଗୀତ ବୋଲି ଥାନ୍ତି l ରାତିରେ ପୂଜା ସରିଲା ପରେ ଯିଏ ଯାହା ଘରକୁ ଆସିଥାନ୍ତି l ପର ଦିନ ଭୋର ସମୟରୁ ପୁଣି ଗାଁ ପୋଖରୀ କିମ୍ବା ନଦୀ ତୁଠ କୁ ସ୍ନାନ କରିବାକୁ ଯାଇଥାନ୍ତି l ସେଠାରରେ ବାଲି ରେ କଷି କାକୁଡି, ଭେଣ୍ଡି, ଦାନ୍ତ କାଠି, ( ଶାଳ ) କୁ ରଖି ପୂଜା କରି ଘରକୁ ଫେରନ୍ତି l ଘରକୁ ଫେରିଲା ପରେ ନିଜ ଘରେ ଦ୍ୱାର ରେ ଥିବା ତୁଳସୀ ଚଉରା ମୂଳରେ ଧୂପ ଦୀପ ଜାଳି ନିଜ ପୁଅ ର ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ନୂଆ କପଡା ( ପେଣ୍ଟ, ଶାର୍ଟ, ଗାମୁଛା ) ପ୍ରଦାନ କରିଥାନ୍ତି l ମା ମାନେ ମଧ୍ୟ ଏହି ଦିନ ପାଇଁ ନୂଆ ଶାଢ଼ୀ ପିନ୍ଧି ଥାନ୍ତି l ଏହି ପୂଜା ର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜ ପୁଅର ଦୀର୍ଘ ଜୀବନ କମନା କାମନା ସହ ସମସ୍ତେ ସୁଖ ରେ ରହିବା l ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲାରେ ପୁଅଜିଉଁନ୍ତିଆ ପାଳନ କରାଯାଇଥାଏ l

0
0
0
s2sdefault