ଅବସର ପରେ ଇଂ ଅନିଲ ସାମଲଙ୍କୁ ଥଇଥାନ : ହେଲେ ସିଡିଏ ଅଧ୍ୟକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୁଣି ଆଉ ଜଣେ ସରକାରୀ ଅଧିକାରୀଙ୍କୁ ଅବସର ପରେ ଉଚ୍ଚ ପଦରେ ଥଇଥାନ କରିଛନ୍ତି ରାଜ୍ୟ ସରକାର | ଥଇଥାନ ହୋଇଥିବା ଅଧିକାରୀ ହେଲେ ଅନୀଲ ସାମଲ । ଶ୍ରୀ ସାମଲଙ୍କ ଭଳି ଦକ୍ଷ ତଥା କାମୀକିଆ ଅଫିସର ଙ୍କ ଦକ୍ଷତାକୁ ଆଧାର କରି ଅବସର ପରେ ବି ତାଙ୍କୁ ସରକାର କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ବର୍ଷକ ପାଇଁ ନିଯୁକ୍ତି ଦେଇଛନ୍ତି | ଏହା ସହିତ ଶ୍ରୀ ସାମଲ ସିଏମସି କାଉନସିଲ ଗଠନ ଯାଏ ପ୍ରଶାସକ ଭାବେ ତା ଦାୟିତ୍ୱରେ ରହିବେ | ଯନ୍ତ୍ରୀରୂ ୨୦୦୩ ମସିହାରେ ଆଇଏଏସ୍ ପାଇଥିବା ଶ୍ରୀ ସାମଲଙ୍କୁ ସରକାର ତାଙ୍କ ଚାକିରୀ କାର୍ଯ୍ୟକାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି । ଦୁଇ ଗୃରୁତ୍ଵପୂର୍ଣ୍ଣ ଜିଲ୍ଲା ଯାଜପୁର ଓ ଅନୁଗୋଳର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହ ଅବସର ପୂର୍ବରୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ କାର୍ଯ୍ୟ କରି ଆସୁଥିଲେ |
ସୂଚନାଯୋଗ୍ୟ ଯେ ସିଡିଏ ଆଉ ବିଡିଏର ଏକ୍ସ ଅଫିସିଓ ଅଧ୍ୟକ୍ଷ ଭାବେ ମୁଖ୍ୟତଃ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ମାନେ ହିଁ ଏ ଯାବତ ରହି ଆସିଥିଲେ । ୨୦୧୯ ପୂର୍ବରୁ ଟିକଟ ବଂଟାକୁ ନେଇ କିଛି ସମୟ ପାଇଁ ଅସନ୍ତୁଷ୍ଟ ହୋଇଥିବା ପୂର୍ବତନ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏର ଅଧ୍ୟକ୍ଷ ପଦବୀରେ କିଛି ସମୟ ପାଇଁ ନିଯୁକ୍ତି ଦିଆଯାଇଥିଲା |

0
0
0
s2sdefault