ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖେଳପଡିଆରେ ଏକଦିବସୀୟ କବାଡି ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୧୦ ଗୋଟି ଦଳ ଭାଗ ନେଇଥିଲେ ! ଇତିମଧ୍ୟରେ ଲୋଇସିଂହା ଓ ବେଲପଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ! ଏହି ସଂଘର୍ଷ ପୂର୍ଣ୍ଣ ଅନୁଷ୍ଠିତ ଖେଳରେ ଲୋଇସିଂହା ଦଳ ବେଲପଡା ଦଳକୁ ହରାଇ ପ୍ରଥମ ସ୍ଥାନରେ ବିଜୟୀ ହୋଇଥିବା ବେଳେ ବେଲପଡା ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବେଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ହାରିବା ହିଁ ଖେଳାଳି ମାନଙ୍କର ଆଗକୁ ବଢ଼ିବାରେ ମନବଳକୁ ସୁଦୃଢ କରିଥାଏ ଏବଂ ଜିତିବା ହିଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥାଏ ବୋଲି ଶ୍ରୀ ସୋରେନ ମତବ୍ୟକ୍ତ କରିଥିଲେ ! ରାଜେଶ ଏବଂ ଅଜୁର୍ନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଏହି କବାଡି ଖେଳ ପ୍ରତିଯୋଗିତା । ଏଥିରେ କବାଡି ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ !!!!
ରାଜ୍ୟ
ଏକଦିବସୀୟ ଜିଲ୍ଲା ସ୍ତରୀୟ କବାଡି ଖେଳ ଉଦଯାପିତ : ଲୋଇସିଂହା ଦଳ ବିଜୟୀ
- Hits: 377