ହେଡଲାଇନସ୍:

ରାଜ୍ୟର ଚାଷୀମାନଙ୍କ ଆୟବୃଦ୍ଧି ସକାଶେ ଆୟୋଜିତ ହେବ କୃଷି କନକ୍ଳେଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମନ୍ତ୍ରିତ ହେବେ ଦେଶର ବଡ଼ ବଡ଼ କଂପାନୀ

ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷି କ୍ଷେତ୍ରରେ ଅଧିକ ନୂତନ ସମ୍ଭାବନା ସୃଷ୍ଟି ସହିତ କୃଷି ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରି ଚାଷୀଙ୍କ ଆୟବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ କୃଷି-କନକ୍ଳେଭର ଆୟୋଜନ କରାଯିବା ଏଥିରେ ଦେଶର କୃଷି ଉତ୍ପଦ ସହ ଜଡ଼ିତ ନାମୀଦାମୀ କଂପାନୀଗୁଡ଼ିକ ଅଂଶଗ୍ରହଣ କରିବୋ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା
ପ୍ରସ୍ତାବିତ ଏହି କନକ୍ଳେଭକୁ "ଓଡ଼ିଶା-କୃଷି କନକ୍ଳେଭ' ନାମକରଣ କରାଯାଇଛିା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ଆୟୋଜନର ନୋଡାଲ ବିଭାଗ ରହିବା ଏହି କନକ୍ଳେଭ ଅକ୍ଟୋବର ୮ ତାରିଖରେ ଆୟୋଜିତ ହେବା ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଂପାନୀଗୁଡ଼ିକୁ ଏଥିରେ ଯୋଗଦେବା ପାଇଁ ଅନ୍ଲାଇନରେ ପଞ୍ଜୀକରଣ କରିବା ବ୍ୟବସ୍ଥା କରାଯାଇଛିା ଚିହ୍ନିତ କୃଷି କଂପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ଦାୟିତ୍ୱ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ସଚିବଙ୍କ ଉପରେ ନ୍ୟସ୍ତ କରାଯାଇଛିା କନକ୍ଳେଭକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ଉଚ୍ଚ ମାନର ପୁସ୍ତିକା ମୁଦ୍ରଣ କରାଯାଇ ଏହି କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ୱେବ୍ସାଇଟରେ ପୋଷ୍ଟ କରାଯିବା
ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ବୈଠକରେ ଯୋଗଦେଇ ନୁଡୁଲ୍ସ ପ୍ରସ୍ତୁତକାରୀ ଓ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ରଖିଥିଲୋ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅର୍ଥ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲୋ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଜି. ରଘୁପ୍ରସାଦ ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ରାଜ୍ୟରେ ତାଙ୍କର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବା ପାଇଁ ବାର୍ତ୍ତାଳାପ କରିବେ ବୋଲି କହିବା ସହ କନକ୍ଳେଭରେ ଯୋଗଦେବାକୁ ସି-ଫୁଡ୍ କର୍ପୋରେସନ୍ ସହ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲୋ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ ଏ ସଂକ୍ରାନ୍ତରେ ଏକ କ୍ଷୁଦ୍ର ଭିଡ଼ିଓ ପ୍ରସ୍ତୁତ କରି ସରକାରୀ ସ୍କିମ୍ଗୁଡ଼ିକୁ ପ୍ରଦର୍ଶନ ସହ ବିଭିନ୍ନ ଅଞ୍ଚଳର କୃଷି ଉତ୍ପାଦଗୁଡ଼ିକୁ ଏଥିରେ ସ୍ଥାନୀୟ କରିବେ ବୋଲି କହିଥିଲୋ ଓଡ଼ିଶାରେ ସ୍ୱତନ୍ତ୍ର କିସମର ଚିନାବାଦାମ ଓ କଳା ମୁଗ ଯାହା ଅତି ଉଚ୍ଚ ମାନ ଗୁଣଯୁକ୍ତା ଏ ଗୁଡ଼ିକର ବ୍ରାଣ୍ଡିଂ କରିବାକୁ ହେବା ଡାବର ଓ ପାତଞ୍ଜଳି କଂପାନୀକୁ ଏହି କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରି ଆମନ୍ତ୍ରଣ କରାଯିବାକୁ ଇନ୍ଭେଷ୍ଟ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରସ୍ତାବ ଦେଇଥିଲୋ ସେହିପରି ଓଡ଼ିଶା ଜୀବିକା ମିଶନର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶ୍ରୀ ମାନସୀ ନିମ୍ବାଲ ବ୍ରିଟାନିଆ ଓ ହର୍ଲିକ୍ସ ସହ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲୋ
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଓସମାର ସଦସ୍ୟ ସଚିବ ଶ୍ରୀ ବିଶ୍ୱରଞ୍ଜନ ସାମଲ, ଓରମାସ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅରିନ୍ଦମ୍ ଡାକୁଆ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ମନ୍ମଥ କୁମାର ପାଣି, ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାଶ, ନାଫେଡ୍ର ରାଜ୍ୟ ମୁଖ୍ୟ ଶ୍ରୀମତୀ ଭବ୍ୟା ଆନନ୍ଦ, ପ୍ରାଣୀସଂପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଲୋକନାଥ ବେହେରା, ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଉମେଶ କୁମାର ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଅଂଶଗ୍ରହଣ କରିଥିଲୋ

 

0
0
0
s2sdefault