ହେଡଲାଇନସ୍:

କୋଭିଡ କଟକଣା : ଫିକା ପଡିଲା ଗୁଣୁପୁର ମା ମାଣିକେଶ୍ବରୀଙ୍କ ବାଲି ଯାତ୍ରା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣୁପୁର ବ୍ଲକ ପୁରୁଣା ଗୁଣୁପୁର ଠାରେ ମା ମାଣିକେଶ୍ବରୀ ମାଆଙ୍କ ପାରମ୍ପରିକ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହା ରାଜ ରାଜୁଡା ଅମଳରୁ ବହୁ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଯାତ୍ରା ଏଥର କୋଭିଡା କଟକଣା ପାଇଁ ଫିକା ପଡିଯାଇଛି |
୮ଦିନ ପୂର୍ବରୁ ମା ଙ୍କୁ ଆଣି ଏଠାରେ ରଖି ରୀତି ନୀତି ଅନୁଯାଇ ମା ଙ୍କ ପୂଜା ଚାଲିଥିଲା । ଷଷ୍ଠୀ ତିଥିରେ ଯାତ୍ରା ପାଳନ କରାଯାଇଥିଲା। କରୋନା ହେତୁ ଗତ ବର୍ଷ ଏହି ଯାତ୍ରା ବନ୍ଦ ରହିଥିଲା । ସରକାରଙ୍କ କଟକଣା କୋହଳ ହେବ କାରଣରୁ ହେତୁ ମାଙ୍କ ରୀତି ନୀତି ପାଳନ ନିମନ୍ତେ ବିନା ବାଦ୍ୟ ବାଜଣାରେ କେବଳ ପୂଜା କରିବା ସଙ୍ଗେ ଭକ୍ତଙ୍କୁ ଦର୍ଶନର ଅନୁମତି ଦିଆଯାଇଛି। ଆଜି ମାଙ୍କ ଶ୍ରଦ୍ଧାଳୁମାନେ ସକାଳୁ ମୁଣ୍ଡନ କରିବା ସହ ବଳି ଦିଆଯାଇଥିଲା। ଭକ୍ତି ଓ ନିଷ୍ଠାର ସହ ମାଆ ଙ୍କୁ ପୂଜାଅର୍ଚ୍ଚନା କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। କୋଭିଡ ନିୟମକୁ ମାନି ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ଦର୍ଶନ କରି ମାଆଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି। ମାଆ ଆଜି କଞ୍ଚା ମାଠିଆରେ ବସିବା ନିଆଁ କୁଣ୍ଡରେ ଚାଲିବା କଣ୍ଟା ଦୋଳିରେ ଝୁଲିବା ଓ ଶେଷରେ ଗ୍ରାମ ପରିକ୍ରମା କରିବା ପରମ୍ପରା ରହିଥିବାବେଳେ ମହାମାରୀ ଯୋଗୁ ସବୁ ବନ୍ଦ କରାଯାଇଛି। ଭକ୍ତଙ୍କ ଦର୍ଶନ ସରିବା ପରେ ସନ୍ଧ୍ୟା ସମୟରେ ମାଆଙ୍କୁ ନିଜ ମନ୍ଦିର ନେଇ ରଖାଯିବାର ବିଧି ରହିଛି ବୋଲି ପୂଜକ ଜଗଦୀଶ ବିରଦଳି ଓ ସର୍ବେଶ୍ୱର ବିରଦଳି ସୂଚନା ଦେଇଛନ୍ତି।

 

0
0
0
s2sdefault