ହେଡଲାଇନସ୍:

ଶିକ୍ଷକ ଗ୍ରେଡେଶନରେ ଡିଇଓ ଯାଞ୍ଚ କରିଛନ୍ତି ତ ନକଲି ସାର୍ଟିଫିକେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର / ନିରୋଜ ମିଶ୍ର - ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷ୍ୟା ବିଭାଗ ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ନିମନ୍ତେ ଗ୍ରେଡେଶନ ଚାଲିଛି । ବହୁ ଶିକ୍ଷକ/ ଶିକ୍ଷୟତ୍ରୀ ଚାକିରି କାଳରେ ବିଭିନ୍ନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣ ପତ୍ର ଦାଖଲ କରି ବିଭିନ୍ନ ବର୍ଗର ପଦୋନ୍ନତି ପାଇଁ ତାଲିକାଭୁକ୍ତ ହେଉଛନ୍ତି । ତେବେ ପ୍ରଶ୍ନ ହୁଏ ଯେଉ ଶିକ୍ଷକ/ ଶିକ୍ଷୟତ୍ରୀ ମାନେ ଚାକିରି କାଳ ଭିତରେ ପରୀକ୍ଷା ଦେଇ ଡିଗ୍ରୀ ହାସଲ କରିଛନ୍ତି ସେମାନେ କତୃପକ୍ଷ ଙ୍କ ଠାରୁ ଅନୁମତି ନେଇଛନ୍ତି ନା ନାହିଁ । ଯଦି ନେଇଛନ୍ତି ତେବେ କତୃପକ୍ଷ ତାକୁ ଯାଞ୍ଚ କରିଛନ୍ତି ନା ନାହିଁ । ସରକାର ଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ସରକାରୀ ଚାକିରିଆ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପାଇଁ ପରୀକ୍ଷା ଦେବାକୁ କତୃପକ୍ଷ ଙ୍କ ଅନୁମତି ନେବା ନିହାତି ଆବଶ୍ୟକ । ଶୁଣିବାକୁ ମିଳୁଛି , ବଲାଙ୍ଗୀର ଜିଲ୍ଲାର ଅନେକ ଶିକ୍ଷକ/ ଶିକ୍ଷୟତ୍ରୀ କତୃପକ୍ଷ ଙ୍କ ଆଦେଶ ନ ନେଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ସୁବିଧା ହାତଉଛନ୍ତି ।ଏହା ଭିତରେ କିଛି ନକଲି ସାର୍ଟିଫିକେଟ ହାସଲ କରିଥିବା ଚର୍ଚ୍ଚା ହୁଏ । ସଇଁତଳା ବି ଇ ଓ ଙ୍କ ଅଧୀନରେ କାର୍ଯ୍ୟ କରୁଥିବା କିଛି ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ପ୍ରମୋସନ୍ ହାତଉଥିବା ସନ୍ଦେହ ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ । ଚାକିରି କାଳ ଭିତରେ ଯେଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରୀକ୍ଷା ଦେଇ ସାର୍ଟିଫିକେଟ ହାସଲ କରିଛନ୍ତି, ସେମାନେ କତୃପକ୍ଷ ଙ୍କ ଠାରୁ ଅନୁମତି ନେଇଛନ୍ତି ନା ନାହିଁ ବି ଇ ଓ ମାନେ ଯାଞ୍ଚ କରିଛନ୍ତି ନା ନାହିଁ। ଯଦି କରି ନାହାନ୍ତି ତେବେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହୁଏ । ଏହା ଦ୍ବାରା ଅନେକ ନକଲି ସାର୍ଟିଫିକେଟ ପ୍ରାପ୍ତ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଧରା ପଡ଼ିବେ । ଜିଲ୍ଲାରେ ଥିବା ନକଲି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଚିହ୍ନଟ କରି ତାଙ୍କ ବିପକ୍ଷରେ ପଦକ୍ଷେପ ନେଇ ନ ଥିବାରୁ ଇତି ମଧ୍ୟରେ ସରକାର ବଲାଙ୍ଗୀର ଡି ଇ ଓ ଧ୍ରୁବ ଚରଣ ବେହେରା ଙ୍କ ଦରମା ବନ୍ଦ କରି ଦେଇଛନ୍ତି । ଆଗକୁ ଡି ଇ ଓ ସଜାଗ ନ ହେଲେ ହରଡ଼ଘଣାରେ ପଡ଼ିବା ସମ୍ଭାବନା କୁ କେହି ଏଡାଇ ଦେଇ ପାରିବେ ନାହିଁ ।

0
0
0
s2sdefault