ହେଡଲାଇନସ୍:

କେନ୍ଦ୍ରର ବି ଜେ ପି ସରକାରଙ୍କ କୃଷି,ଶ୍ରମିକ କଳା ଆଇନ ଓ ଜନ ବିରୋଧୀ ନୀତି ପ୍ରତିବାଦରେ ଭାରତ ବନ୍ଦ!

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : କେନ୍ଦ୍ରର ବି ଜେ ପି ସରକାର ମହାମାରୀ କରୋନା ର ସୁଯୋଗ ନେଇ ସଂସଦ ରେ ଅଗଣତାନ୍ତ୍ରିକ ଭାବେ ବିନା ବିତର୍କରେ 3ଗୋଟି କୃଷି ଆଇନ ଓ 44 ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି ଶିଳ୍ପପତି ମାନଙ୍କ ପ୍ରରୋଚନା ରେ 4ଗୋଟି କୋର୍ଡ ରେ ପରିଣତ କରି ଦେଶରେ କୋଟି କୋଟି ଶ୍ରମିକ କର୍ମଚାରୀ ମାନଙ୍କୁ ଛଟେଇ କରି ବେକାରୀ ସୃଷ୍ଟି କରିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ଜନସାଧାରଣ ଙ୍କ ଆର୍ଥିକ ମେରୁଦଣ୍ଡ କୁ ବିରୋଧ କରି ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ରାଜନୈତିକ ଦଳ ପକ୍ଷରୁ ପ୍ରବଳ ବର୍ଷାସତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ସହରର ଗୋପବନ୍ଧୁ ଛକଠାରେ କର୍ମୀମାନେ ଏକତ୍ରିତ ହୋଇ ଅଣ ସଂଗଠିତ ଶ୍ରମିକ କଂଗ୍ରେସ, ସି ଆଇ ଟି ୟୁ ଆଇ ଏନ ଟି ୟୁ ସି,କଂଗ୍ରେସ ଓ ସି ପି ଏମ ନେତୃବୃନ୍ଦ ଅଗ୍ରଭାଗରେ ରହି ଏକ ମିଳିତ ପଟୁଆର ରେ ଯାଇ ଯାଜପୁର ରୋଡ଼ ରେଲୱେ ଷ୍ଟେସନ ର ମୁଖ୍ୟ ଫାଟକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା!ଏଥିରେ ସି ଆଇ ଟି ୟୁ ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ, ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ, ହୃଦାନନ୍ଦ ସାମଲ,ପ୍ରମୋଦ ରାଉତ,ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି,ସନ୍ତୋଷ ମହାନ୍ତି, ଅନୁପ କୁମାର ନାୟକ, ସି ପି ଏମ ର ଧୀରେନ୍ଦ୍ର ବେହେରା, ବେବିନା ଜେନା, ସନ୍ତୋଷ ବରାଳ, କଂଗ୍ରେସ ପକ୍ଷରୁ ପଦ୍ମନାଭ ନାୟକ, କଂଗ୍ରେସ ର ରାଜକିଶୋର ପ୍ରଧାନ, ପଦ୍ମଲାଭ ସ୍ୱାଇଁ,ଦୁଃଶାସନ ଦାସ,ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ସି ଆଇ ଟି ୟୁ ର ପ୍ରଣବ ଜୀ ଇମତାଜ ଖାଁ, ମାଳତୀ ଟୁଡୁ, ଲିଲି ମହାନ୍ତି, ସୀତା ସୋରେନ, କାପାରା ଟୁଡୁ, ମାନବ ଟୁଡୁ, ସୁରେଶ ବାରିକ, ଅମ୍ବିକା ଯେନା ପ୍ରମୁଖ ପ୍ରତିବାଦ ସଭାରେ ଉଦବୋଧନ ଦେଇ କେନ୍ଦ୍ର ସରକାର 70 ବର୍ଷ ଧରି ଲାଭ ଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକୁ ଆଦାନୀ, ଅମ୍ବାନୀ ଟାଟା, ବିର୍ଲା ମାନଙ୍କୁ ଶାଗ ମାଛ ମୂଲ୍ୟରେ ବିକ୍ରି କରି ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ମାନଙ୍କ ଜୀବନ ଜୀବିକା ସହିତ ଖେଳ ଖେଳିବା ଘଟଣା କୁ ଦୃଢ଼ ସମାଲୋଚନା କରିବା ସହିତ ମୋଦି ସରକାର ରେଲୱେ, ଭେଲ,, ସେଲ କୋଇଲା ଖଣି, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ ବିଭାଗ ରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇକରଣ କରିବାକୁ ଦୃଢ଼ ବିରୋଧ କରିବା ସହିତ ସିଙ୍ଗୁର ସୀମାରେ 300ରୁ ଉର୍ଦ୍ଧ ଦିନ ଧରି ଚାଲିଥିବା ଆନ୍ଦୋଳନ ର ସମାଧାନ କରିବା ପରିବର୍ତ୍ତେ ଆକ୍ରୋଶ ମୂଳକ ପଦକ୍ଷେପ କୁ ବକ୍ତା ମାନେ ଦୃଢ଼ ନିନ୍ଦା କରିଥିଲେ!କେନ୍ଦ୍ର ସରକାର ଙ୍କ ଜନବିରୋଧୀ ନୀତି କୁ ଦୃଢ଼ ପ୍ରତିବାଦ କରିବା ପରିବର୍ତ୍ତେ ଶ୍ରମିକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ 8 ଘଣ୍ଟା ପରିବର୍ତ୍ତେ 12ଘଣ୍ଟା ନିଷ୍ପତି କୁ କାର୍ଯ୍ୟକାରୀ ନ କରିବା ସହିତ ଡିଜେଲ ପେଟ୍ରୋଲ ଉପରେ ଅହେତୁକ ଟିକସ ପ୍ରତ୍ୟାହାର ନିମନ୍ତେ ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଥିଲେ!

0
0
0
s2sdefault