ହେଡଲାଇନସ୍:

ଗୁଣୁପୁର ଠାରେ ଭାରତ ବନ୍ଦ ଡାକରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର/ସନ୍ତୋଷ କୁମାର ଚୌଧୁରୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବିରେ  ଆଜି ଭାରତ ବନ୍ଦ ଡାକରା ପ୍ରଭାବ ଗୁଣୁପୁର ଠାରେ ପଡିଛି ।ଏସ୍ପିଗୁଡାଛକ ନିକଟ ମୁଖ୍ୟରାସ୍ତା ଉପରେ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀ ପକ୍ଷରୁ କର୍ମୀ ଓ ସମର୍ଥକମାନେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି। ଆନ୍ଦୋଳନକାରୀମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ୍ ଦେବା ସହ ବନ୍ଦ ପାଳନ କରିଛନ୍ତି । ସିପିଆଇଏମ୍ଏଲ୍ ଲିବରେସନ ପାର୍ଟୀର ରାୟଗଡା ଜିଲ୍ଲା ସଂମ୍ପାଦକ ତିରୁପତୀ ଗମାଙ୍ଗଙ୍କ ନେତୃତ୍ବରେ ଗୁଣୁପୁର ଠାରେ ଏହି ବନ୍ଦ ପାଳନ କରାଯାଇଥିଲା |  କୃଷକ ମୋର୍ଚାର ଭାରତ ବନ୍ଦ ଡାକରା ଆହ୍ବାନ କ୍ରମେ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀ ଓ ବାମପନ୍ଥି ଦଳ ପକ୍ଷରୁ ସମର୍ଥନ କରି ଗୁଣୁପୁର ଠାରେ ବନ୍ଦ ପାଳନକୁ ସଫଳତା ମିଳିଥିବା ଜଣାପଡିଛି ।

0
0
0
s2sdefault