ହେଡଲାଇନସ୍:

"ଗୁଲାବ" ର ପ୍ରଭାବରେ ଜିଲ୍ଲାବ୍ୟାପୀ ବର୍ଷା : ଭୁସ୍ଖଳନ , ଗଛ ଉପୁଡିଲା ଓ ବଂଶଧାରା ନଦୀରେ ବନ୍ୟାଜଳ ସତର୍କ ସଙ୍କେତ ତଳେ ପ୍ରବାହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମୁଦ୍ରିକ ଝଡ଼ବାତ୍ୟା "ଗୁଲାବ"ର ପ୍ରଭାବରେ ଗଜପତି ଜିଲ୍ଲାବ୍ୟାପୀ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଭୁସ୍ଖଳନ ଓ ବଡ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି ।
ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ କଚା ଝାଟିମାଟି ଓ ଚାଳ ଛପର ଘରେ ରହୁଥିବା ପରିବାରଙ୍କୁ ବିଭିନ୍ନ ସ୍କୁଲ ମାନଙ୍କରେ ଆଶ୍ରୟ ସ୍ଥଳ ଖୋଲାଯାଇ ରଖାଯିବା ସହ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେହିଭଳି ବିଭିନ୍ନ ବ୍ଲକ ଅଂଚଳରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାବ୍ୟାପୀ ବର୍ଷା ଲାଗିରହିବା ଫଳରେ ଏହାର ପ୍ରଭାବରେ ନାମନଗଡ଼-ଗୁମା ରାସ୍ତାରେ ଭୁସ୍ଖଳନ ଘଟି ରାସ୍ତା ଉପରେ ପଥର ମାଟି ଧସିପଡି ରାସ୍ତା ଅବରୋଧ ହୋଇଛି ।
ସେହିଭଳି ରାୟଗଡ ବ୍ଲକର ନାରାୟଣପୁର ରାସ୍ତାରେ ବଡ଼ ଗଛ ଉପୁଡିପଡି ରାସ୍ତା ଅବରୋଧ ହୋଇଥିଲା । ଓଡ୍ରାଫ ଦଳ ଘଟଣା ସ୍ଥଳରେ ପହଞ୍ଚି ସେସବୁ କାଟି ପରିସ୍ଥିତି ସ୍ୱାଭାବିକ କରିଥିଲେ ।
ପ୍ରବଳ ବର୍ଷା ଦିନସାରା ଲାଗିରହିବା ଫଳରେ ବଂଶଧାରା ନଦୀରେ ବନ୍ୟାଜଳ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି । ଏହିବର୍ଷା ଲାଗିରହିଲେ ଜଳସ୍ତର ବିପଦ ସଂକେତ ଟପି ପରିସ୍ଥିତ ଅଣାୟତ୍ତ ହୋଇପଡିବା ସମ୍ଭାବନା ରହିଛି ।
ବଂଶଧାରା ନଦୀର ଜଳସ୍ତର ତଥା ବନ୍ୟାଜଳକୁ ନିୟନ୍ତ୍ରଣ କରବା ପାଇଁ ତଳ ମୁଣ୍ଡରେ ଥିବା ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ହିରମଣ୍ଡଳମ ସ୍ଥିତ ଗୋଟ୍ଟା-ବ୍ୟାରେଜର ସମସ୍ତ ୨୨ ଟି ଗେଟ୧ ମିଟର ଉଚ୍ଚତରେ ଖୋଲି ଦିଆଯାଇ ସେଥିରେ ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ବୋଲି ଗୋଟ୍ଟା ବ୍ୟାରେଜ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

0
0
0
s2sdefault