ହେଡଲାଇନସ୍:

ଓଡିଶା ମୋ ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ : ୬୦ ୟୁନିଟ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ୍‌ ଠାରେ ଓଡିଶା ମୋ ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ , ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ , ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ବଜିତ ତ୍ରିପାଠୀ , ବସନ୍ତ ଦାଶ , ସୁଜିତ୍ ଦାଶ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

0
0
0
s2sdefault