ହେଡଲାଇନସ୍:

ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ସ୍ଥାନୀୟ ଇନଷ୍ଟିଟ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜୀର ଅଡିଟୋରିୟମ ଠାରେ ସିଏସ୍ଆଇଆରର ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍ଏମଟି ନିର୍ଦ୍ଦେଶକ ପ୍ରଫେସର ଡ଼ ସୁଧାସତ୍ୱ ବାସୁ ସମସ୍ତ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ସିଏସ୍ଆଇଆରରେ ୩୭ଟି ଜାତୀୟ ଲ୍ୟାବୋରେଟୋରୀ, ୩୯ଟି ଆଉଟରିଚ ସେଣ୍ଟର , ୩ଟି ଇନୋଭେସନ କମ୍ପ୍ଲେକ୍ସ ଏବଂ ପ୍ୟାନ୍-ଇଣ୍ଡିଆର ଉପସ୍ଥିତିରେ ୫ଟି ୟୁନିଟ ରହିଛି ବୋଲି ସେ କହିଥିଲେ । ସିଏସ୍ଆଇଆରର ପାରଦର୍ଶୀତା ଏବଂ ଅଭିଜ୍ଞତା ୩୪୬୦ ଜଣ ବୈଜ୍ଞାନିକଙ୍କୁ ନେଇ ଗଠିତ ଯାହା ଜୁନ ୨୦୨୧ ସୁଦ୍ଧା ୪୩୫୦ ସାଇନ୍ଟିଫିକ ଆଣ୍ଡ୍ ଟେକ୍ନିକାଲ କର୍ମଚାରୀଙ୍କ ଦ୍ୱାରା ସମର୍ଥିତ । ଏହି ମହାମାରୀରେ କରାଯାଇଥିବା ବିଭିନ୍ନ କଟକଣାସତ୍ୱେ ଆମ୍ଭେମାନେ ୧୬୭ ପ୍ରୋଜେକ୍ଟରେ କାମକରିଛୁ ଯେଉଁଥିରେ ୮୭ଟି ନୂଆ ପ୍ରୋଜେକ୍ଟ ଥିଲା ।”
ଏନ୍ଏମଡିସି ହାଇଦ୍ରାବାଦର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର, ସୁମିତ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଏସ୍ଆଇଆର୍-ଆଇଏମ୍ଏମଟି କର୍ମଚାରୀ ଏବଂ ଅନ୍ୟ ଅତିଥିଙ୍କୁ ସମାବେଶରେ ସମ୍ବୋଧିତକରି ସେ କହିଥିଲେ, “ଏହା ଏକ ବହୁତ ବଡ ଯାତ୍ରା ଯେଉଁଠି ସିଏସ୍ଆଇଆର୍ ବିଭିନ୍ନ କ୍ଷେତ୍ରରେ ନିଜର ଅନୁସନ୍ଧାନ ଜାରିରଖିଛି । ଦେଶରେ ସିଏସ୍ଆଇଆରର ଅବଦାନ ପ୍ରକୃତରେ ପ୍ରଶଂସନୀୟ ।” ସେ ଖଣି କ୍ଷେତ୍ର ଏବଂ କୋଇଲା, ଲୁହାପଥର, ଗ୍ରୀନ ଷ୍ଟିଲ ଇତ୍ୟାଦି କ୍ଷେତ୍ରରେ ଅନୁସନ୍ଧାନର ଅଗ୍ରଗତି ଏବଂ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆଇଏମ୍ଏମ୍ଟି ପକ୍ଷରୁ “ଅଭିବ୍ୟକ୍ତି” ନାମକ ଏକ ହିନ୍ଦୀ ପତ୍ରିକା ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଓ ଏନ୍ଏମ୍ଡିସି, ହାଇଦ୍ରାବାଦ ଏବଂ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଓ ଭୁବନେଶ୍ୱର ସିଟି ନଲେଜ ଆଣ୍ଡ୍ ଇନୋଭେସନ କ୍ଲଷ୍ଟର(ବିସିକେଆଇସି) ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷର ହୋଇଛି ।
ନାଲକୋର ଡାଇରେକ୍ଟର (ପ୍ରୋଜେକ୍ଟ ଆଣ୍ଡ୍ ଟେକ୍ନିକାଲ), ଡାଇରେକ୍ଟର (ଫାଇନାନସ୍)-ଆଡିସନାଲ୍ ଚାର୍ଜ, ଶ୍ରୀ ମାନସ ପ୍ରସାଦ ମିଶ୍ର ଏହି ସମାବେଶକୁ ସମ୍ବର୍ଦ୍ଧିତ କରି କହିଥିଲେ, “ମୁଁ ବହୁତ ଖୁସି ଯେ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ବିଭିନ୍ନ କ୍ଷେତ୍ରରେ ନିଜର ଅନୁସନ୍ଧାନ ଜାରିରଖିଛି । ବର୍ତମାନ ଆମ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ବର୍ତମାନ ଏବଂ ଭବିଷ୍ୟତର ଚାହିଦାକୁ ଏକାସଙ୍ଗେ ପୁରଣ କରିବା । ଗ୍ରୀନ୍ ଆଲୁମିନିୟମ ଉପରେ କାର୍ଯ୍ୟକରିବା ପାଇଁ ଏବେ ସମୟ ଆସିଛି । ଗ୍ରୀନ ଷ୍ଟିଲ ସହିତ ଗ୍ରୀନ୍ ଆଲୁମିନିୟମ ମଧ୍ୟ ଜରୁରୀ ।
ଅତିଥିମାନେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିରେ ଥିବା ବିଭିନ୍ନ ଫ୍ୟାସିଲିଟି ଗୁଡିକୁ ବୁଲି ପରିଦର୍ଶନ କରିଥିଲେ ଏବଂ ପ୍ରମୁଖ ଟେକ୍ନୋଲୋଜିର ପ୍ରଦର୍ଶନକୁ ଦେଖିଥିଲେ ।
ଏନ୍ଏମ୍ଡିସି ଆର ଆଣ୍ଡ ଡ଼ି ସେଣ୍ଟର ଏବଂ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଏବଂ ଲିନ୍ ଗ୍ରେଡ ଲୁହାପଥର ପ୍ରକ୍ରିୟାକରଣରେ ଟେକ୍ନୋଲୋଜିର ଉନ୍ନତି, କୋଇଲା, କିମ୍ବର୍ଲିଟ ବର୍ଜ୍ୟବସ୍ତୁ, ଲୁହାର ବର୍ଜ୍ୟବସ୍ତୁ, ଟଙ୍ଗଷ୍ଟନ୍ ଇତ୍ୟାଦିରେ ମିଳିତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପଗୁଡିକୁ ଅନୁସରଣ କରିବାପାଇଁ ଏମ୍ଓୟୁ ସ୍ୱାକ୍ଷର ହୋଇଛି ।
ସେହିଭଳି ବିସିକେଆଇସି ସହ ଏମ୍ଓୟୁ ସ୍ୱାକ୍ଷର ଦ୍ୱାରା ବିଭିନ୍ନ ସଂସ୍ଥାମାନଙ୍କ ସହିତ ମିଳିତଭାବେ ଆଂଚଳିକ ଓ ଜାତୀୟ ପ୍ରକଳ୍ପ ଗୁଡିକ ଉପରେ କାର୍ଯ୍ୟ କରାଯାଇପାରିବ ଏବଂ ପରସ୍ପରର ରିସୋର୍ସ ଏବଂ ଏକ୍ସପୋର୍ଟାଇଜକୁ ବ୍ୟବହାର କରାଯାଇ ଉନ୍ନତମାନର କାର୍ଯ୍ୟ କରାଯାଇପାରିବ ।
ଭୁବନେଶ୍ୱର ବିସିକେଆଇସିର ଚେୟାରମ୍ୟାନ ଡଃ ମୃତ୍ୟୁଞ୍ଜୟ ସୁଆର, ସିଇଓ ପ୍ରଶାନ୍ତ କୁମାର ସିଂ ଏବଂ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଭୁବନେଶ୍ୱରର ଚିଫ୍ ସାଇନ୍ଟିଷ୍ଟ ତଥା ପ୍ରତିଷ୍ଠା ଦିବସ ଅର୍ଗନାଇଜିଂ କମିଟି ମୁଖ୍ୟ ଅଶୋକ କୁମାର ସାହୁଙ୍କ ଦ୍ୱାରା ଏହି ଏମ୍ଓୟୁ ସ୍ୱାକ୍ଷର କରାଯାଇଛି ।
ଏହିି କାର୍ଯ୍ୟକ୍ରମ ସିଏସ୍ଆଇଆର୍ ଫାଉଣ୍ଡେସନ ଡେ ଅରଗାନାଇଜିଂ କମିଟିର ଚେୟାରମ୍ୟାନ୍, ଚିଫ ସାଇନ୍ଟିଷ୍ଟ୍, ଡଃ ଅଶୋକ କୁମାର ସାହୁ ଉପସ୍ଥିତ ସମସ୍ତ ଅତିଥିଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇ-ପୋଷ୍ଟର ପ୍ରତିଯୋଗିତା ବିଜେତାମାନଙ୍କର ପୁରସ୍କାର ଘୋଷଣା କରାଯାଇଛି ।

0
0
0
s2sdefault